ସପ୍ତମ ୟୁଜିସି ବେତନ ହାରରେ ଦରମା ଦେବାକୁ ଦାବି

ଭୁବନେଶ୍ୱର : ୬ଷ୍ଠ ୟୁଜିସି ବେତନ ହାରର ସମସ୍ତ ତୃଟି ଦୂର କରି ଅଧ୍ୟାପକ, ଅବସରପ୍ରାପ୍ତ ଅଧ୍ୟାପକ, ଡେମନେଷ୍ଟ୍ରେଟର, ପିଇଟି, ଗ୍ରନ୍ଥାଗାରିଙ୍କୁ ସପ୍ତମ ବେତନ କମିସନ ହାରରେ ଦରମା ପ୍ରଦାନ କରିବାକୁ ଦାବି କରିଛି ବିଶ୍ୱବିଦ୍ୟାଳୟ ଓ କଲେଜ କ୍ରିୟାନୁଷ୍ଠାନ କମିଟି। ଏନେଇ କମିଟି ପକ୍ଷରୁ ପକ୍ଷରୁ ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ମାରକପତ୍ର ଦିଆଯିବ। ଏଥିସହ କଲେଜ ଶିକ୍ଷକଙ୍କ ଦରମା ୟୁଜିସି ଦରମା ହାରରେ ସମ୍ପ୍ରସାରଣ, ଚାକିରି ସର୍ତ୍ତାବଳୀ ସହ ବ୍ଲକଗ୍ରାଣ୍ଟ ବ୍ୟବସ୍ଥା ଉଚ୍ଛେଦ, ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଶିକ୍ଷକ ସଙ୍ଗଠନଙ୍କୁ ପରାମର୍ଶଦାତା ଭାବେ ରଖିବାକୁ ସ୍ମାରକପତ୍ରରେ ଉଲ୍ଲେଖ ହେବ। ଉଚ୍ଚଶିକ୍ଷା ସମ୍ପର୍କିତ ବିଭିନ୍ନ ନୀତିଗତ ପ୍ରସଙ୍ଗ ଓ ବିଶ୍ୱବିଦ୍ୟାଳୟ-କଲେଜ ଅଧ୍ୟାପକଙ୍କ ବୃତ୍ତିଗତ ସମସ୍ୟାର ସମାଧାନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ାଯିବ ବୋଲି କମିଟିର ସଂଯୋଜକ ଅମିୟ କୁମାର ମହାନ୍ତି, ରବି ରାୟ, ମାନସ ବେହେରା, ଅକ୍ଷୟ ମହାପାତ୍ର, ସୁନୀଲ ରଥ, ବୃନ୍ଦାବନ ମହାପାତ୍ର ପ୍ରମୁଖ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସମ୍ବନ୍ଧିତ ଖବର