ମଦମୁକ୍ତ ଓଡ଼ିଶା ପାଇଁ ଚାପ ବଢ଼ିଲା : ଏକାଠି ହେଲେଣି ସାମାଜିକ ସଂଗଠନ, ତେଜିଲାଣି ଗାଁ ଗାଁରେ ମଦ ବିରୋଧୀ ଆନ୍ଦୋଳନ

୨୦୧୩ରେ ମଦମୁକ୍ତ ଗ୍ରାମ କଥା କହିଥିଲେ ନବୀନ, ଗାନ୍ଧୀଙ୍କ ଜନ୍ମତିଥିରେ ଘୋଷଣା ହେବ କି?

ଭୁବନେଶ୍ୱର: ବାଲେଶ୍ୱରରୁ ପଦଯାତ୍ରା ଆସୁଛି ରାଜଧାନୀ। ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେବେ। ଓଡ଼ିଶା ମଦମୁକ୍ତି ଅଭିଯାନ ପକ୍ଷରୁ ସେଦିନ ରାଜ୍ୟର ପ୍ରାୟ ୨୦୦ରୁ ଅଧିକ ସ୍ଥାନରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତି ତଳେ ଧାରଣା ଦିଆଯିବ। ମିଳିତ ଓଡ଼ିଶା ନିଶା ନିବାରଣ ସଂସ୍ଥା ଲୋକ ପ୍ରତିନିଧିଙ୍କୁ ଭେଟି ସଚେତନ କରାଇବେ। କେବଳ ସେତିିକ ନୁହେଁ, ଭୁବନେଶ୍ୱର ସିଓ୍ୱାଇଏସଡିରେ ମଧ୍ୟ ଅନେକ ଛୋଟ ମୋଟ ସଂଗଠନ ଏକାଠି ହୋଇ ଆେଲାଚନା କରିଥିବା ସୂଚନା ମିଳିଛି।

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନିଶାମୁକ୍ତ ଭାରତ ସ୍ଲୋଗାନକୁ କାର୍ଯ୍ୟକାରୀ କରିବା ଲାଗି ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ ଏମିତି ଢଙ୍ଗରେ ସଜବାଜ ହେ‌େଲଣି। ରାଜ୍ୟ ସରକାର ୨୦୧୮ ଅକ୍ଟୋବର ୨ ତାରିଖରୁ ୨୦୨୦ ଅକ୍ଟୋବର ୨ ପର୍ଯ୍ୟନ୍ତ ଦୀର୍ଘ ଦୁଇ ବର୍ଷ ଧରି ୧୫୦ତମ ଜନ୍ମବାର୍ଷିକୀ ପାଳନ କରିବାକୁ ସଂକଳ୍ପ ନେଇଛନ୍ତି। କସ୍ତୁରବାଙ୍କ ନାମରେ ଆଦର୍ଶ ଗ୍ରାମ ପ୍ରତିଷ୍ଠା ଲାଗି ପ୍ରସ୍ତାବ ରଖିଛନ୍ତି। ଏଣୁ ଦଳମତ ନିର୍ବିେଶଷରେ ରାଜନେତା, ବୁଦ୍ଧିଜୀବୀ ମଧ୍ୟ ପ୍ରମୁଖ ଚାପ ପକାଇଲେଣି ଯେ ଅକ୍ଟୋବର ୨ରେ ରାଜ୍ୟ ସରକାର ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଅନ୍ତୁ।

୨୦୧୩ ମସିହା ଏପ୍ରିଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ରାଜ୍ୟ ଯୁବନୀତି ଘୋଷଣା କରିଥିଲେ। ଏଥିରେ ଯୁବକମାନଙ୍କ ମଧ୍ୟରେ ନିଶାର ପ୍ରସାରଜନିତ ସମସ୍ୟା ଘେନି ଗଭୀର ଉଦ୍‌ବେଗ ପ୍ରକାଶ କରାଯାଇଥିଲା। ଯୁବ ନୀତିର ନବମ ଅନୁଚ୍ଛେଦରେ ମଦ(ଆଲ୍‌କହଲ୍‌)ମୁକ୍ତ ଗ୍ରାମ ପ୍ରତିଷ୍ଠା ଲାଗି ସରକାର ଜୋର ଦେଇଥିଲେ। ହେଲେ ଏ ମଧ୍ୟରେ ସାେଢ ଛଅ ବର୍ଷ ବିତିଯାଇଥିଲେ ବି ସରକାର ନିଜ ଉଦ୍ୟମରେ ଗୋଟିଏ ହେଲେ ଗାଁକୁ ନିଶାମୁକ୍ତ କରିପାରିନାହାନ୍ତି। ୨୦୦୮ ନୂଆ ଅବକାରୀ ଆଇନର ଧାରା ୯୩େର ରାଜ୍ୟ ସରକାର ନିଶା ନିବାରଣ କଥା କହିଛନ୍ତି। ସମ୍ବିଧାନର ଧାରା ୪୭ରେ ମଧ୍ୟ ଏ ସଂପର୍କରେ କୁହାଯାଇଛି।

ରାଜ୍ୟରେ ମଦ ବିରୋଧରେ ଆନ୍ଦୋଳନ ଜେଜୁଥିବା ବେଳେ ସରକାର ନିେଜ ଆଇନ ଓ ଯୁବ ନୀତିରେ ବ୍ୟବସ୍ଥା କରି ବି କାହିଁକି ଏ ଦିଗରେ ପଦକ୍ଷେପ ନେଉନାହାନ୍ତି, ସେ ନେଇ ପ୍ରଶ୍ନ ଉଠିଲାଣି।

ଉେଲ୍ଲଖଯୋଗ୍ୟ, ୨୦୦୦ ମସିହା ବେଳକୁ ଓଡ଼ିଶାରେ ଅବକାରୀ ରାଜସ୍ୱ ପରିମାଣ ୧୩୫ କୋଟି ଟଙ୍କା ଥିଲା। ୨୦୧୮ରେ ସରକାର ପାଖାପାଖି ୪୦୦୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ସ˚ଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି। ସରକାରୀ ତଥ୍ୟ କହୁଛି, ରାଜ୍ୟରେ ସମୁଦାୟ ୪୦୭୪ ସ୍ୱୀକୃତିପ୍ରାପ୍ତ ଅବକାରୀ ଦୋକାନ ରହିଛି। ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟ ରାଜପଥ ପାର୍ଶ୍ବରେ ଥିବା ୧୨୪୦ଟି ମଦ ଦୋକାନ ବନ୍ଦ କରାଯାଇଥିଲା। ଏ ମଧ୍ୟରେ ବନ୍ଦ ହୋଇଥିବା ଦୋକାନଗୁଡ଼ିକ ମଧ୍ୟରୁ ସିଂହଭାଗକୁ ସ୍ଥାନାନ୍ତର କରାଯାଇସାରିଲାଣି। ରାଜପଥ କଡ଼ରୁ ଦୋକାନ ହଟିଥିଲେ ବି ଅବକାରୀ ରାଜସ୍ୱ କିନ୍ତୁ କମି ନାହିଁ।

ଓଡ଼ିଶା ମଦମୁକ୍ତି ଅଭିଯାନର ଉପଦେଷ୍ଟା ପ୍ରହଲାଦ କୁମାର ସି˚ହଙ୍କ ଯୁକ୍ତି ହେଉଛିି, ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡ଼ିକରେ ବାର୍ଷିକ ପ୍ରାୟ ୨୦ କୋଟି ଲିଟର ମଦ କାରବାର ହେଉଛି। ଚୋରା କାରବାରକୁ ମିଶାଇଲେ ଏହା ବହୁଗୁଣିତ ହେବ। ଓଡ଼ିଶାକୁ ପଛୁଆ ବୋଲି ଚିତ୍ରଣ କରାଯାଉଥିଲେ ହେଁ, ବାର୍ଷିକ ପ୍ରାୟ ୫୦ହଜାର କୋଟିରୁ ୬୦ହଜାର କୋଟି ଟଙ୍କା ଲୋକେ ନିଶା ପାଇଁ ବରବାଦ କରୁଛନ୍ତି। ଅନ୍ୟପକ୍ଷରେ ନିଶା ଯୋଗୁ ସରକାର, ସମାଜ, ପରିବାର ଓ ବ୍ୟକ୍ତିଙ୍କ କ୍ଷତିର ପରିମାଣ ବାର୍ଷିକ ପ୍ରାୟ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ।

ପରିସଂଖ୍ୟାନ କହୁଛି, ଗତ ୧୦ ବର୍ଷରେ ପ୍ରାୟ ୪୦ ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସରକାର ସ୍ୱୀକାର କରିଛନ୍ତି, ସଡକ ଦୁର୍ଘଟଣାର ୬୦ ପ୍ରତିଶତ ଖାସ୍ ନିଶା ଲାଗି ପ୍ରାଣ ହରାଉଛନ୍ତି। ଅର୍ଥାତ୍ ପ୍ରାୟ ୨୪ ହଜାର ଲୋକ ଗତ ୧୦ ବର୍ଷ ମଧ୍ୟରେ ଏହି କାରଣରୁ ପ୍ରାଣ ହରାଇଲେଣି।

ବିଶେଷଜ୍ଞମାନଙ୍କର କହିବା କଥା ହେଉଛି, ରାଜ୍ୟ ସରକାରଙ୍କ ସବୁ ଦାରିଦ୍ର୍ୟ ଦୂରୀକରଣ ଓ ସାମାଜିକ ସୁରକ୍ଷା ଯୋଜନା ପ୍ରଭାବ କମିବା ପଛର ମୁଖ୍ୟ କାରଣ ହେଉଛି ନିଶା। ଏହି କାରଣରୁ ଅପରାଧ ବୃଦ୍ଧି ଘଟୁଛି ଓ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ରୋଗବ୍ୟାଧି, ଦୁର୍ଘଟଣା, ମାତୃ ଓ ଶିଶୁ ମୃତ୍ୟୁହାର ଅଧିକ ରହିବା, ଓଡ଼ିଶାରେ ମଣିଷର ହାରାହାରି ପରମାୟୁ କମ୍‌ ରହିବା ପାଇଁ ନିଶା ମୁଖ୍ୟତଃ ଦାୟୀ। ସେହିଭଳି ଓଡ଼ିଶାରେ ଶିକ୍ଷାର ପ୍ରସାର କ୍ଷେତ୍ରରେ ମଧ୍ୟ ଏହା ଅନ୍ତରାୟ ସୃଷ୍ଟି କରୁଛି।

ଏସବୁ ସତ୍ତ୍ବେ ନିଶା କାରବାର ବୃଦ୍ଧି ଲାଗି ସୁଯୋଗ ସୃଷ୍ଟି କରାଯାଉଛି ଓ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ତାଙ୍କ ଅବକାରୀ ବିଭାଗ ବିଫଳ କରିବା ସମସ୍ତଙ୍କୁ ଆେନ୍ଦାଳିତ କରୁଛି। କେବଳ ସେତିକି ନୁେହଁ, ରାଜ୍ୟ ଯୁବନୀତିର ସଂକଳ୍ପ ନେଇ ମଧ୍ୟ ସନ୍ଦେହ ବଢିବାରେ ଲାଗିଛି।

ଏଠାରେ ପ୍ରକାଶ ଥାଉକି, ରାଜ୍ୟରେ ନିଶା କାରବାରକୁ ରୋକିବା ଲାଗି ବିଭିନ୍ନ ଜିଲ୍ଲାରେ ମହିଳାମାନେ ସ˚କଳ୍ପବଦ୍ଧ ହୋଇ ଉଦ୍ୟମ ଆରମ୍ଭ କରିଛନ୍ତି। ମଦ ବିରୋଧରେ ଜନ ଆନ୍ଦୋଳନ ମୁଣ୍ତ ଟେକିବାରେ ଲାଗିଛି। ଏହି ଆନ୍ଦୋଳନକୁ ସମର୍ଥନ କରିବା ପରିବର୍ତେ ପୁଲିସ, ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ବିଭାଗ ଏହାକୁ ଫୁସକାଇବା ଲାଗି ଉଗ୍ର ଷଡ୍‌ଯନ୍ତ୍ର କରୁଥିବା କାରଣରୁ ଆଇନଶୃଙ୍ଖଳା ମଧ୍ୟ ବିଗିଡିବା ଆରମ୍ଭ କଲାଣି। କେନ୍ଦ୍ରାପଡ଼ା ନମତରାରେ ଗୁଳିକାଣ୍ତ ଠାରୁ ଆରମ୍ଭ କରି ନିତିଦିନ ଏଭଳି ଅନେକ ଉଦାହରଣ ସରକାରଙ୍କୁ ଅକଳରେ ପକାଉଛି ଓ ବିବାଦ ଭିତରକୁ ଟାଣୁଛି।

ସମ୍ବନ୍ଧିତ ଖବର