ବଡ଼ଆଖଡ଼ା ମଠ ଉଚ୍ଛେଦ ଆରମ୍ଭ

ପୁରୀ: ରବିବାର ସକାଳ ପ୍ରାୟ ୭ଟା ବେଳେ ଶ୍ରୀମନ୍ଦିରର ଉତ୍ତର-ପୂର୍ବ ପାର୍ଶ୍ୱରେ ଥିବା ବଡ଼ଆଖଡ଼ା ମଠ ଭଙ୍ଗା ଆରମ୍ଭ ହୋଇଛି।

ପ୍ରଥମ ପର୍ଯ୍ୟାୟରେ ଏହି ମଠରେ ଥିବା ୧୮ଟି ବ୍ୟାବସାୟିକ କେନ୍ଦ୍ର ଉଚ୍ଛେଦ କରାଯାଉଛି।

ପରବର୍ତ୍ତୀ ପର୍ଯ୍ୟାୟରେ ସାନଛତା ମଠ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ।

ପୂର୍ବ ସୂଚନା ଅନୁଯାୟୀ ମଠରେ ଥିବା ୧୮ଟି ବ୍ୟବସାୟ ପ୍ରତିଷ୍ଠାନରୁ ସମ୍ପୃକ୍ତ ଦୋକାନୀମାନେ ସେମାନଙ୍କର ସାମଗ୍ରୀ ସ୍ଥାନାନ୍ତର କରିସାରିଥିଲେ। ମଠ ପରିସର ମଧ୍ୟରେ ଥିବା ମନ୍ଦିରଟି ଭଙ୍ଗାଯିବ ନାହିଁ। ସେଠାରେ ମଠର ମହନ୍ତ ରହିବେ। ମଠର ଅନ୍ୟ ଅନ୍ତେଃବାସୀମାନଙ୍କୁ ସ୍ଥାନୀୟ ଭକ୍ତନିବାସକୁ ସ୍ଥାନାନ୍ତର କରାଯାଇଛି।

ଆଜିର ଉଚ୍ଛେଦ ଅଭିଯାନରେ ସମ୍ଭାବ୍ୟ ଆଇନ-ଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବାକୁ ୩୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହା ବ୍ୟତିରେକେ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଏସ୍‌ପି, ସିଟି ଡିଏସ୍‌ପି ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀ ଉପସ୍ଥିତ ରହିଛନ୍ତି।

ସମ୍ବନ୍ଧିତ ଖବର