ପୁରୀ : ବହୁ ବାଦବିବାଦ ପରେ ଜିଲ୍ଲା ପ୍ରଶାସନ ମଙ୍ଗୁ ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି। ମଠ ଜାଗାରେ ଥିବା ଶ୍ୟାମାକାଳୀ କ୍ଲବ, ହୋଟେଲ, ଜୋତାଷ୍ଟାଣ୍ଡ୍ ଆଦିକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଆଜି ସକାଳୁ ଦୁଇରୁ ଅଧିକ ଜେସିବି ଜରିଆରେ ଶ୍ୟାମାକାଳୀ କ୍ଲବ ସହ ଅନ୍ୟାନ୍ୟ ଘର ସବୁ ଭଙ୍ଗାଯାଇଛି। ଏହି ଉପଲକ୍ଷେ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପୁଲିସର ସୁରକ୍ଷା ବଳୟ ଭିତରେ ଭଙ୍ଗା କାର୍ଯ୍ୟ ଆରମ୍ଭ ଓ ଶେଷ ହୋଇଥିଲା। ଆସନ୍ତାକାଲି ମଙ୍ଗୁ ମଠର ଲଜ୍ ଓ ଅନ୍ୟାନ୍ୟ ଘର ସବୁ ଭାଙ୍ଗିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଅନ୍ୟପଟେ ଗତକାଲି ଦୋକାନ ଘର ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ ପରେ ଏଠାରେ ବ୍ୟବସାୟ କରୁଥିବା ଦୋକାନୀମାନେ ଘର ଖାଲି କରିବା ଆରମ୍ଭ କରିଛନ୍ତି।
ବହୁ ବାଦବିବାଦ ପରେ ମଙ୍ଗୁ ମଠ ଉଚ୍ଛେଦ ଆରମ୍ଭ
/sambad/media/post_attachments/wp-content/uploads/2019/12/mangu-matha-ra-byabasyika-pratisthan-uchhedajinisaptra-sthanantara-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)