ଢେଙ୍କାନାଳରେ ମେଡ଼ିକାଲ କଲେଜ ପାଇଁ ଦାବି

ଭୁବନେଶ୍ୱର : ଢେଙ୍କାନାଳରେ ନବନିର୍ମିତ ହସ୍ପିଟାଲରେ ମେଡିକାଲ କଲେଜ ସ୍ଥାପନ ପାଇଁ ଢେଙ୍କାନାଳ ବିକାଶ ପରିଷଦ ପକ୍ଷରୁ ଦାବି ହୋଇଛି। ଭୌଗୋଳିକ ଦୃଷ୍ଟିକୋଣରୁ ଢେଙ୍କାନାଳ ଓଡ଼ିଶାର କେନ୍ଦ୍ରରେ ଅବସ୍ଥିତ ହୋଇଥିବା ବେଳେ ଏହାର ସୀମାକୁ କେନ୍ଦୁଝର, କଟକ, ଯାଜପୁର, ଅନୁଗୁଳ ଓ ପଶ୍ଚିମ ଓଡ଼ିଶାର କିଛି ଅଂଶ ଲାଗି ରହିଛି। ତେଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜ କରାଗଲେ ଢେଙ୍କାନାଳ ଜିଲ୍ଲା ସମେତ ଆଠଗଡ଼, ବଡ଼ମ୍ବା, ନରସିଂହପୁର ଆଦି ଅଞ୍ଚଳର ଅଧିବାସୀମାନେ ଉପକୃତ ହେବେ। ଯେହେତୁ ଏଠାରେ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ରହିଛି, ଅତି କମ୍‌ ସମୟ ଓ କମ୍‌ ଖର୍ଚ୍ଚରେ ଏଠାରେ ଏକ ମେଡିକାଲ କଲେଜ ଖୋଲା ଯାଇପାରିବ ବୋଲି ପରିଷଦର ଆବାହକ ରାଜାନାରାୟଣ ତ୍ରିପାଠୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୁକ୍ତି ଉପସ୍ଥାପନ କରିବା ସହ ସରକାରଙ୍କୁ ଏଥିପାଇଁ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି। ସ୍ଥାନୀୟ ନେହେରୁ ଯୁବ ପ୍ରତିଷ୍ଠାନଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରେମାନନ୍ଦ ବିଶ୍ୱାଳ, କୃଷ୍ଣଚନ୍ଦ୍ର ଆଇଚ, ମନୋରଞ୍ଜନ ସାହୁ ଓ ସମୁନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର