ଅଶୁଭ କୃଷି ବିଭାଗ!

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ କୃଷି ବିଭାଗକୁ ନେଇ ଭିନ୍ନ ଚର୍ଚ୍ଚା ହେଲାଣି। ଏହି ବିଭାଗ ଯିଏ େନଉଛି, ତାକୁ ଯେମିତି ବିପଦ େଗାଡାଉଛି। ପ୍ରଥମ ପାଳିରେ କୃଷି ମନ୍ତ୍ରୀ ଦାୟିତ୍ବ େନଇ ବିବାଦରେ ଛନ୍ଦି େହାଇଯାଇଥିେଲ ଦଳର ଅନ୍ୟତମ ବରିଷ୍ଠ େନତା ଅମର ପ୍ରସାଦ ଶତପଥୀ। ତାଙ୍କ କ୍ୟାରିଅରରେ ଏହି ମନ୍ତ୍ରୀ ପଦ ବିପଦ ଟାଣି ଆଣିଥିଲା। ପରବର୍ତୀ ସମୟରେ ଅର୍ଥ ବିଭାଗ ଦାୟିତ୍ବରୁ ମୁକ୍ତ କରି ନବୀନ କୃଷି ବିଭାଗ ଧରାଇଲେ େବାଲି ବରିଷ୍ଠ େନତା ରାମକୃଷ୍ଣ ପଟ୍ଟନାୟକଙ୍କୁ। ଏଥିରେ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ ରାମକୃଷ୍ଣ। ଆଉ ପରବର୍ତୀ ସମୟରେ ତାଙ୍କର ବିେଜଡି ସହ ସଂପର୍କ ବିଗିଡିଯାଇଥିଲା।

ଦ୍ବିତୀୟ ପାଳିରେ ସଫଳତାର ସହିତ କୃଷି ବିଭାଗ ସମ୍ଭାଳିଥିଲେ ସୁରେନ୍ଦ୍ର ନାଥ ନାୟକ। ହେଲେ େସବେଠାରୁ ତାଙ୍କ ରାଜନୈତିକ ଜୀବନରେ ପ୍ରାୟ ପୂର୍ଣ୍ଣଛେଦ ପଡିଯାଇଛି। ଡାକ୍ତର ଦାେମାଦର ରାଉତ, ପ୍ରଦୀପ ମହାରଥୀ, ଦେବୀ ପ୍ରସାଦ ମିଶ୍ର କାହା ପାଇଁ ବି ଏହି ବିଭାଗ ମଙ୍ଗଳମୟ େହାଇନାହିଁ। ପ୍ରଥମ ଥର କୃଷି ବିଭାଗ ଦାୟିତ୍ବରେ ଥିବା ବେଳେ ବେବିନା ପ୍ରସଙ୍ଗରେ ପଦ ହରାଇଥିଲେ ମହାରଥୀ। ଏବେ ବି କୃଷି ବିଭାଗ ମନ୍ତ୍ରୀ ଥାଇ ଇସ୍ତଫା ଦେବାକୁ ବାଧ୍ୟ ହେଲେ। କୃଷି ବିଭାଗ ମନ୍ତ୍ରୀ ପଦରେ ଥାଇ ବ୍ରାହ୍ମଣ ବିେରାଧୀ ମନ୍ତବ୍ୟ େଦଇଥିଲେ େବାଲି ଡାକ୍ତର ରାଉତଙ୍କ ପଦ ଯାଇଥିଲା।

ଏଠାରେ ଉଲ୍ଲେଖଥାଉକି, ଜାନୁଆରି ମାସ ବି ଶ୍ରୀ ମହାରଥୀଙ୍କ ପାଇଁ ଅଶୁଭ େବାଲି କୁହାଯାଉଛି। ୨୦୧୨ ଜାନୁଆରିରେ ହିଁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ସେହିଭଳି ୨୦୧୫ ଜାନୁଆରିରେ ସୋହେଲାରେ ବିଜୁ ଜନତା ଦଳ ଯେତେବେଳେ ଚାଷୀ ସମାବେଶ କରିଥିଲା, ସେଥିରେ ମଧ୍ୟ ବିଭାଗ ସମ୍ଭାଳୁଥିବା ମହାରଥୀଙ୍କୁ ଦୂରେଇ ରଖିଥିଲେ ମୁଖ୍ୟମନ୍ତ୍ରୀ। ଚାଷୀ ମୃତ୍ୟୁ ସଂକ୍ରାନ୍ତରେ ମନ୍ତ୍ରୀ ଦେଇଥିବା ବୟାନ ପାଇଁ ନବୀନ ଏଭଳି କଠୋର ନିଷ୍ପତ୍ତି େନଇଥିଲେ। ଏବେ ପୁଣି ପିପିଲି ପ୍ରସଙ୍ଗ ଫେରିଛି, ଆଉ ଜାନୁଆରି ମାସରେ ହିଁ ପଦ ହରାଇଛନ୍ତି ମହାରଥୀ।

ସମ୍ବନ୍ଧିତ ଖବର