ଲଘୁଚାପ ଉତ୍ତରପଶ୍ଚିମ ମୁହାଁ

ଭୁବନେଶ୍ୱର: ଉପକୂଳବର୍ତ୍ତୀ ଓଡ଼ିଶାରେ ଲଘୁଚାପ ଘନିଭୂତ ହୋଇ କ୍ରମଶଃ ଉତ୍ତର ଆଡ଼କୁ ଗତି କରୁଥିବାର ସୂଚନା ଦେଇଛି। ଶୁକ୍ରବାର ପୂର୍ବାହ୍ନ ସାଢ଼େ ଆଠଟା ସୁଦ୍ଧା ଚାନ୍ଦବାଲି ଠାରୁ ୩୫ କିଲୋମିଟର ଦୂର ଉତ୍ତର-ଉତ୍ତରପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଏହି ଲଘୁଚାପ କିଛି ସମୟ ଧରି ଉତ୍ତର ଆଡ଼କୁ ଗତି କରିବା ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହେବ। ଲଘୁଚାପ ଉପକୂଳର ଅତି ନିକଟରେ ପ୍ରବାହିତ ହେଉଥିବା କାରଣରୁ ଆସନ୍ତା ଚବିଶ ଘଣ୍ଟା ପାଇଁ ପାଗ ମେଘୁଆ ରହିବ। ଆସନ୍ତା ୨୪ ଘଣ୍ଟା ଯାଏଁ ଲଘୁଚାପ ତୀବ୍ରତା ବଜାୟ ରଖିବା ପରେ କ୍ରମଶଃ ଦୁର୍ବଳ ହୋଇଯିବ।

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏଁ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ଏବଂ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଉପକୂଳରେ ଦକ୍ଷିଣପୂର୍ବ ଆଡ଼କୁ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଉତ୍ତରପଶ୍ଚିମ ଆଡ଼କୁ ସ୍ଥଳଭାଗ ଉପର ଦେଇ ଘଣ୍ଟା ପ୍ରତି ୪୫-୫୫ କିଲୋମିଟର ବେଗରେ ପବନ ପ୍ରବାହିତ ହେବ। ଠାଏ ଠାଏ ପବନର ଝାଙ୍କ ଘଣ୍ଟା ପ୍ରତି ୬୫ କିଲୋମିଟର ହୋଇ ପାରେ। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବ। ମତ୍ସ୍ୟଜୀବୀମାନଙ୍କ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗୋପାଳପୁର ବନ୍ଦରରେ ତିନି ନମ୍ବର ବିପଦ୍‌ ସଙ୍କେତ ଦିଆଯାଇଛି।

ସମ୍ବନ୍ଧିତ ଖବର