ସବୁ ବର୍ଗର ଲୋକଙ୍କ କଲ୍ୟାଣ ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଜୟଦେବ ଭବନ ଠାରେ ଭୁବନେଶ୍ୱରରେ ନବନିର୍ମିତ ହଜ୍‌ ହାଉସ୍‌ର ଉଦ୍‌ଘାଟନ କରିବା ସହିତ ହଜ୍‌ ଯାତ୍ରାରେ ଯାଉଥିବା ଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷ ୬୫୩ ଜଣ ଯାତ୍ରୀ ହଜ୍‌ କରିବାକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ୩୮୬ ଜଣ ପୁରୁଷ ଓ ୨୬୭ ଜଣ ମହିଳା। ହଜ୍‌ ହାଉସ୍‌ ପ୍ରତିଷ୍ଠା ଦ୍ୱାରା ହଜ୍‌ ଯାତ୍ରୀ ମାନଙ୍କ ଯାତ୍ରା ଆହୁରି ସୁଗମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସଂଖ୍ୟାଲଘୁ ସଂପ୍ରଦାୟର ବିକାଶ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେମାନଙ୍କ ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ଅର୍ବାନ ହଷ୍ଟେଲ ଓ ଶିକ୍ଷାବୃତ୍ତି ସହିତ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷାନୁଷ୍ଠାନ ଗୁଡ଼ିକର ଉନ୍ନତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ସଂଖ୍ୟାଲଘୁ ବର୍ଗର କଲ୍ୟାଣ ସହିତ ରାଜ୍ୟର ସବୁ ବର୍ଗର ଲୋକଙ୍କ କଲ୍ୟାଣ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର