କଂଗ୍ରେସରୁ ଇସ୍ତଫା ଦେଲେ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ

ବାଲେଶ୍ୱର: ଗୁରୁବାର ଦିନ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଇଥିବା କଥା କହିଛନ୍ତି।

ସେ ୧୯୯୨ ମସିହାରୁ ଆଜି ଯାଏଁ କଂଗ୍ରେସ ପାର୍ଟିର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ। ଏବେ ତାଙ୍କୁ ଦଳ ଆଉ ଉପଯୁକ୍ତ ଗୁରୁତ୍ୱ ଦେଉ ନାହିଁ। ତା’ଛଡ଼ା ଦଳର କାର୍ଯ୍ୟକ୍ରମ ଠିକ୍‌ ରୂପେ ନ ହୋଇ ସର୍ଭେ ନାଁ’ରେ ଦଳକୁ ନଷ୍ଟ କରାଯାଉଛି। କଂଗ୍ରେସ ଆଉ ଲୋକଙ୍କ ଦଳ ହୋଇ ନାହିଁ। ଏଥିରେ ବ୍ୟବସାୟୀକରଣ ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି।

ଆଜି ସେ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଇଛନ୍ତି ଓ ଏ କଥା ପିସିସି ସଭାପତିଙ୍କୁ ମଧ୍ୟ ଜଣାଇ ଦେଇଥିବା କଥା କହିଛନ୍ତି।

ସମ୍ବନ୍ଧିତ ଖବର