ରତ୍ନବେଦିରେ ଦର୍ଶନ ଦେଲେ ମହାପ୍ରଭୁ, ଭକ୍ତ ପାଇଲେ ନୀଳାଚଳ ଅବଢ଼ା

ପୁରୀ : ଗତକାଲି ନିଳାଦ୍ରୀ ବିଜେ ହେବା ପରେ ଆଜି ନୀଳକନ୍ଦରରେ ଭକ୍ତଜନଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ୨୯ ଦିନ ଖାଁ ଖାଁ ରହିଥିବା ଶ୍ରୀମନ୍ଦିର ପୁଣି ଗହଳଚହଳ ହୋଇଛି। ହଜାର ହଜାର ସଂଖ୍ୟାରେ ଭକ୍ତ ଆଜି ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସେହିଭଳି ଭକ୍ତମାନେ ସେମାନଙ୍କ ବହୁ ଆକାଂକ୍ଷିତ ନୀଳାଚଳ ଅବଢା ପାଇ ଆତ୍ମତୃପ୍ତି ଲାଭ କରିଛନ୍ତି। ଗତକାଲି ନିଳାଦ୍ରୀ ବିଜେ ନୀତି ସଅଳ ସରିଥିଲେ ବି ମହାପ୍ରଭୁଙ୍କ ପହୁଡ ନୀତି ହୋଇ ପାରିନଥିଲା। ପହଣ୍ଡି ସଅଳ ହୋଇଥିବା ବେଳେ ମନ୍ଦିର ନୀତିରେ ବିଳମ୍ବ ଘଟିଥିଲା। ଆଜି ଭୋରରୁ ହେବାକୁ ଥିବା ମଙ୍ଗଳ ଆଳତି ସକାଳ ୯ଟା୨୦ରେ ହୋଇଥିଲା। ପୂର୍ବାହ୍ନ ୧୧ଟା୫ରେ ଶ୍ରୀବିଗ୍ରହମାନଙ୍କର ଅବକାଶ ନୀତି ଶେଷ ହୋଇଥିଲା। ସେହିଭଳି ୧୧ଟା୨୫ରେ ସୂର୍ଯ୍ୟପୂଜା, ୧୨ଟା୫୫ରେ ବଲ୍ଲଭ ଭୋଗ, ମଧ୍ୟାହ୍ନ ୨ଟା୪୦ରେ ସକାଳ ଧୂପ ଶେଷ ହୋଇ ଭୋଗ ମଣ୍ଡପ ୪ଟା୩୫ରେ ବଢିଥିଲା। ଭକ୍ତମାନେ ଅପରାହ୍ନ ୪ଟା୩୫ ପରେ ନୀଳାଚଳ ଅବଢା ପାଇଥିଲେ। ଆନନ୍ଦବଜାରରେ ନୀଳାଚଳ ଅବଢା ପାଇବାକୁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସୁକତା ପରିଲକ୍ଷିତ ହୋଇଥିଲା।

ସମ୍ବନ୍ଧିତ ଖବର