ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲା, ଡିଏଫ୍‌ଓଙ୍କୁ ଜାମିନ

କଟକ : ଭଞ୍ଜନଗର ଘୁମୁସର ଦକ୍ଷିଣାଞ୍ଚଳ ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) ବିଜୟ କେତନ ଆଚାର୍ଯ୍ୟଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଜଷ୍ଟିସ ଏସ୍‌.କେ.ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ଶ୍ରୀ ଆଚାର୍ଯ୍ୟଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବ୍ରହ୍ମପୁର ଡିଭିଜନ ପକ୍ଷରୁ ଡିଏଫଓଙ୍କ ପୈତୃକ ଘର ସମେତ ୫ଟି ସ୍ଥାନରେ ଏକ ସଂଗେ ଚଢାଉ କରାଯାଇ ୩ କୋଟି ୨୨ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସଂପତ୍ତି ଠାବ କରାଯାଇଥିଲା। ଜୁନ ୨୫ରେ ଡିଏଫ୍‌ଓଙ୍କୁ ଭିଜିଲାନ୍ସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର