ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବ୍ୟକ୍ତି ଚାହିଁଲେ ସୁରକ୍ଷା ଯୋଗାଇ ଦିଆଯିବ: ଡିଜି

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ହତ୍ୟା ଘଟଣା ପୁଲିସର ଚିନ୍ତା ବଢ଼ାଇ ଦେଇଛି। ତେଣୁ ଆସନ୍ତା ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେଉଥିବା ବ୍ୟକ୍ତି ବିଶେଷ ନିଜକୁ ଅସୁରକ୍ଷିତ ମଣି ସୁରକ୍ଷା ମାଗିଲେ ଓଡ଼ିଶା ପୁଲିସ ପକ୍ଷରୁ ତାହା ଯୋଗାଇ ଦିଆଯିବ ବୋଲି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ପୁଲିସ ଡିଜି ଶର୍ମାଙ୍କ ସୂଚନା ମୁତାବକ, ନିବାର୍ଚନ ପୂର୍ବରୁ ଏଭଳି ଅଘଟଣ ଘଟିବା ପରେ ଜିଲ୍ଲା ଏସ୍‌ପି, ଡିଆଇଜି, ଡିସିପିଙ୍କ ଉଦ୍ଦେଶ୍ୟ‌ରେ ଏକ ସର୍କୁଲାର୍‌ ଜାରି କରାଯାଇଛି। କୁହାଯାଇଛି, ଯେଉଁ ପ୍ରାର୍ଥୀ ସେମାନଙ୍କ ସୁରକ୍ଷା ଚାହିଁବେ ସେମାନେ ଏ ସମ୍ପର୍କରେ ଜିଲ୍ଲା ଏସ୍‌ପିଙ୍କ ନିକଟରେ ଆବେଦନ କରିପାରିବେ। ଜିଲ୍ଲା ଏସ୍‌ପିମାନଙ୍କୁ ପକ୍ଷରୁ ଏ ନେଇ ଅନୁସନ୍ଧାନ କରାଯିବା ପରେ ତତ୍କାଳ ସୁରକ୍ଷା ଯୋଗାଇ ଦିଆଯିବ। ସେହିପରି ଯେଉଁ ପ୍ରାର୍ଥୀଙ୍କ ଜୀବନପ୍ରତି ବିପଦ ଥିବା ପୁଲିସ ଗୁପ୍ତ ସୂଚନା ପାଇବ ସେମାନଙ୍କୁ ପୁଲିସ ନିଜ ଆଡୁ ସୁରକ୍ଷା ଯୋଗାଇ ଦେବ ବୋଲି ଡିଜି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର