ଜାନୁଆରି ୧୧ରୁ ଆରମ୍ଭ ହେବା ବିଶ୍ୱପ୍ରସିଦ୍ଧ ବରଗଡର ଧନୁଯାତ୍ରା

ବରଗଡ଼: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ୨୦୧୯ ଜାନୁଆରି ୧୧ରୁ ଆରମ୍ଭ ହେବ ବୋଲି ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ସୂଚନା ଦେଇଛନ୍ତି। ଏ ନେଇ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହେବା ପରେ ତ୍ରିପାଠୀ ଏହି ବରଗଡ଼ ଧନୁଯାତ୍ରାର ତାରିଖ ଘୋଷଣା କରିଛନ୍ତି । ଧନୁଯାତ୍ରା ୧୧ରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସ୍ଥିରୀକୃତ ହୋଇଛି।

ବରଗଡ଼ରେ ଧନୁଯାତ୍ରା ଆସନ୍ତା ଜାନୁଆରି ୧୧ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବରଗଡ଼ ନଗରପାଳିକାରେ ୬କିମି ପରିସରରେ ହେବାକୁ ଥିବା ଏହି ଧନୁଯାତ୍ରାକୁ ବିଶ୍ୱର ସର୍ବବୃହତ୍ତ ମୁକ୍ତାକାଶ ରଙ୍ଗମଞ୍ଚ ବୋଲି କୁହାଯାଏ। ଏଠାରେ ପୌରାଣିକ ଆଖ୍ୟାନ ଅନୁସାରେ କୃଷ୍ଣଙ୍କ ଜନ୍ମରୁ ନେଇ ମହାରାଜ କଂସର ମୃତ୍ୟୁ ପର୍ଯ୍ୟନ୍ତ କାହାଣୀକୁ ଅଭିନୟ କରାଯାଏ। ଏହି ୧୧ଦିନର ଯାତ୍ରା କାଳରେ ବରଗଡ଼ ମଥୁରା ପାଲଟି ଯାଇଥାଏ। ଜିରା ନଦୀ ହୋଇଯାଏ ଯମୁନା ଏବଂ ଅମ୍ବାପାଲି ଗୋପପୁରରେ ରୂପାନ୍ତରିତ ହୋଇଥାଏ।

ସମ୍ବନ୍ଧିତ ଖବର