ଖଡିଆଳ ନାକା ପଡା ଠାରେ ସଂକଟମୋଚନ କମିଟି ପକ୍ଷରୁ କୋଶଳୀ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ

ଖଡ଼ିଆଳ : ଖଡିଆଳ ଆନୁକୂଲ୍ୟରେ ଖଡିଆଳ ନାକା ପଡା ଠାରେ ସଂକଟମୋଚନ କମିଟି ପକ୍ଷରୁ କୋଶଳୀ ଧନୁଯାତ୍ରା ମହୋତ୍ସବ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ ହୋଇଯାଇଛି । ଏହି ଉତ୍ସବରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତାଙ୍କ ସହିତ ମଞ୍ଚାସିନ ଅତିଥି ମାନେ ହେଲେ ଖଡିଆଳ ଏନ୍ଏସିର ବିଜୁ ମହିଳା ଜନତା ଦଳର ନଗର ସଭାନେତ୍ରୀ ମମତା ମଂଜରୀ ଥପା, ପ୍ରଦୀପ ସିଂହ ଦେଓ , ଅନୁଷ୍ଠାନର ବରିଷ୍ଠ କାର୍ଯ୍ୟକର୍ତା ତାରା ଆଚାର୍ଯ୍ୟ, ଡୋଳା ମୋହନ ସିଂବାବୁ , ଡା କୁବେର ପଣ୍ଡା ,ଅର୍ଜୁନ ସିଂ ଦଳପତି, ଜଗବନ୍ଧୁ ବାରିକ, ଦୟା ଥପା, ଚିର ରଞ୍ଜନ ମିଶ୍ର, ବୈକୁଣ୍ଠ ରଥ। କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ବିଜୟ ବାରିକ, ରାଜିବ ସିଂ ବାବୁ, ବନମାଳି ନାଗ, ସୁକଦେବ ସେଠି, ଅଭିରାମ ଗହିର, ଅଶୋକ ବାଗ, ପଞ୍ଚ ପୋଡ, ବରୁଣ ଶବର, ବିଷ୍ଣୁ ଅଗ୍ରୱାଲ। ଉଦଘାଟନୀ ଉତ୍ସବରେ ମହାରାଜ ଉଗ୍ରସେନଙ୍କର ବିଶାଳ ଶୋଭାଯାତ୍ରା ଖଡିଆଳ ଥାନା ଚୌକ ଠାରୁ ବାହାରି ନାକା ପଡା କଂସ ଦରବାର ପର୍ଯ୍ୟନ୍ତ କରାଯାଇଥିଲା । ବହୁ ସଂଖ୍ୟକ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିଥିଲେ। ପ୍ରଥମ ସଂଧ୍ୟାରେ ଉଗ୍ରସେନ ମହାରାଜଙ୍କର ମଥୁରା ନଗରୀରେ ରାଜୁତି ପରିବେଷଣ କରାଯାଇଥିଲା

ସମ୍ବନ୍ଧିତ ଖବର