“ମଞ୍ଚରୁ ପଡି ମାମୁ ମଲା” କଂସ ବଧ ସହ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶେଷ

ମଥୁରାନଗରୀ : ମଞ୍ଚରୁ ପଡି ମାମୁ ମଲା । କୃଷ୍ଣ ବଳରାମଙ୍କ ଦ୍ୱାରା କଂସ ବଧ ସହ ଦୀର୍ଘ ୧୧ ଦିନ ଧରି ଚାଲିଥିବା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଶେଷ ହୋଇଛି । ଏହା ପୂର୍ବରୁ କୃଷ୍ଣ ବଳରାମ ଦୁଇଭାଇ ଚାଣୁର ମୁଷ୍ଟିକ ମଲ୍ଲ, କୁବଳୟା ହସ୍ତୀକୁ ବଧ କରିଥିଲେ ।

ଏହା ପୂର୍ବରୁ ଅକ୍ରୂରଙ୍କ ସହ ରଥାରୁଢ଼ ହୋଇ କୃଷ୍ଣବଳରାମ ମଥୁରା ଭ୍ରମଣ କରିଥିଲେ। ନଗର ଭ୍ରମଣ ସମୟରେ ମହାରାଜ କ˚ସଙ୍କ ରଜକକୁ କାନ୍ଧରେ ଉଜ୍ଜଳ ବସନ ନେଇ ଯାଉଥିବା ଦେଖି ଦୁଇ ଭାଇ ଏହି ବସ୍ତ୍ର ଦେବାକୁ ଅଳି କରିଥିଲେ। ମାତ୍ର ରଜକ ଏଥିରେ ରାଜି ହୋଇନଥିଲା। କୃଷ୍ଣ ଶେଷରେ ଗୁହାରି କରିଥିଲେ ହେଁ ସେ ନଶୁଣିଲା ପରି ସେଠାରୁ ଚାଲିଯାଉଥିବା ବେଳେ ଗୋପାଳମାନେ ତାଙ୍କ ଠାରୁ ଛଡ଼ାଇ ଆଣିବାକୁ ଉଦ୍ୟତ ହେଉଥିଲେ। ରଜକର ଏଭଳି ମନ୍ତବ୍ୟ ଶୁଣି କୃଷ୍ଣ କ୍ରୋଧାନ୍ବିତ ହୋଇଛନ୍ତି। ସେ ବାମ ହାତରେ ଏକ ଚାପୁଡ଼ା ମାରିବାରୁ ରଜକର ମୃତ୍ୟୁ ହୋଇଛି। ଏହାପରେ କୃଷ୍ଣ ଓ ଗୋପାଳମାନେ ଲୁଗା ପିନ୍ଧିଥିଲେ। ନଗର ଭ୍ରମଣ ସମୟରେ ସୁଦାମା କୃଷ୍ଣବଳରାମଙ୍କ ଚରଣ ଧୋଇ କୃଷ୍ଣପ୍ରେମରେ ଗଦ୍ଗଦ୍ ହୋଇ ଉଠିଥିଲେ। ନଗର ପରିକ୍ରମା ବେଳେ କାଳିମନ୍ଦିରରେ କୁବୁଜା ସହିତ ସେମାନଙ୍କର ସାକ୍ଷାତ ହୋଇଥିଲା। ଶ୍ରୀକୃଷ୍ଣ ପ୍ରୀତ ହୋଇ ସାଉଁଳି ଦେବାରୁ କୁବୁଜାର ଅସୁନ୍ଦର ଶରୀର ସୁନ୍ଦର ହୋଇଯାଇଥିଲା। କୃଷ୍ଣ-ବଳରାମଙ୍କୁ ପାଇ ମଥୁରାବାସୀ ଭକ୍ତିରେ ବିଭୋର ହୋଇ ଉଠିଛନ୍ତି। ମଥୁରା କୃଷ୍ଣମୟ ହୋଇଛି।

ସମ୍ବନ୍ଧିତ ଖବର