ଦୁର୍ଘଟଣାରେ ଧର୍ମଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ମୌଷଧି ବାଗ ଆହତ

ଭବାନୀପାଟଣା/କୋକସରା : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ମୌଷଧି ବାଗଙ୍କ ଗାଡ଼ି ଗୁରୁବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଶ୍ରୀ ବାଗଙ୍କ ସହ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।

ପ୍ରକାଶ ଯେ, ଗୁରୁବାର ରାତି ୧୧ଟାରେ ଶ୍ରୀ ବାଗ ତାଙ୍କ ସ୍କର୍ପିଓ ଗାଡ଼ିରେ ଭବାନୀପାଟଣାରୁ ନିଜ ଗାଁ ମାଝୀଗୁଡ଼ାକୁ ଫେରୁଥିଲେ। ଏହି ସମୟରେ ଜାତୀୟ ରାଜପଥ ୨୬ ଜୁନାଗଡ଼ ବ୍ଲକ ବନମାଳୀପୁର ଠାରେ ତାଙ୍କ ସ୍କର୍ପିଓ ଗାଡ଼ି ଏକ ଟ୍ରକ ସହ ଧକ୍କା ହେବାରୁ ଗାଡ଼ି ଆଗରେ ବସିଥିବା ବିଧାୟକ ପ୍ରାର୍ଥୀ ଶ୍ରୀ ବାଗଙ୍କ ସମେତ ଅନ୍ୟ ଦୁଇଜଣ ଦୟା ପୋଡ଼ ଏବଂ ଗୋବିନ୍ଦ ହଂସ ଆହତ ହୋଇଥିଲେ। ଶ୍ରୀ ବାଗ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଆଘାତ ଯୋଗୁଁ ବିଧାୟକ ପ୍ରାର୍ଥୀ ଶ୍ରୀ ବାଗ ଶୁକ୍ରବାର ପ୍ରଚାରରେ ବାହାରି ନଥିଲେ। ଆଜି ଯାଦବ ସମାଜର ରାଜ୍ୟ ପ୍ରତିନିଧି ଦଳ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର