ରଥଚକା ତଳେ ଚାପି ହୋଇଥାଆନ୍ତେ ଭକ୍ତ, ପୁଲିସ ବାବୁ ନିଜେ ଚକା ତଳେ ପଡ଼ିଯାଇ ଅଟକାଇଲେ ରଥ…ତା’ପରେ 

ଯାଜପୁର: ଗତକାଲି କାଲି ବିଶ୍ୱ ବିଖ୍ୟାତ ଘୋଷଯାତ୍ରା ଥିଲା। ଚାରିଆଡେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ରଥଟଣା ଚାଲିଥିଲା। ଯାଜପୁରରେ ଗତକାଲି ରଥଟଣା ଚାଲିଥିବା ଏକ ଅଭାବନୀୟ ଘଟଣାର ଭିଡ଼ିଓ ସାମ୍ନାକୁ ଆସିଛି ।

ଯାଜପୁର ଜିଲ୍ଲା ଜାରକାରେ ରଥଟଣା କାର୍ଯ୍ୟ ଚାଲିଥିବା ବେଳେ ଅସାବଧାନତା ହେତୁ କିଛି ଲୋକ ରଥଚକ ତଳକୁ ଚାଲି ଆସିଥିଲେ । ତେବେ ଧର୍ମଶାଳା ଥାନା ଅଧିକାରୀ ଉମାକାନ୍ତ ନାୟକଙ୍କ ଉପସ୍ଥିତ ବୁଦ୍ଧି ହେତୁ ତୁରନ୍ତ ପଦକ୍ଷେପ ନେିଥିଲେ ଓ ଭକ୍ତଙ୍କ ଜୀବନ  ବଞ୍ଚାଇ ପାରିଥିଲେ। ଲୋକଙ୍କୁ ବଞ୍ଚାଇବା ପାଇଁ ଉମାକାନ୍ତ ନିଜକୁ ବିପଦରେ ପକାଇ ରଥଚକ ତଳେ ପଡ଼ିଯାଇଥିଲେ । ଶେଷକୁ ରଥକୁ ଅଟକାଇବା ପାଇଁ ତାଙ୍କ ଚେଷ୍ଟା ସଫଳ ହୋଇଥିଲା । ରଥଚକ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା । କିଛି ସମୟ ପରେ ରଥଟଣା ପୂର୍ବବତ୍‌ ଚାଲୁ ହୋଇଥିଲା। ଏହି  ଘଟଣାରେ ସମସ୍ତେ ସୁରକ୍ଷିତ ଅଛନ୍ତି କାହାକୁ କିଛି ଆଘାତ ଲାଗି ନଥିବା ଜଣାପଡ଼ିଛି।

ପୁରୀ ଶରଧାବାଲିରେ ପହଞ୍ଚିଛନ୍ତି ତିନି ଠାକୁର । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂରତି ।  ଆଜି ସକାଳୁ ସକାଳୁ ବର୍ଷାରେ ଭିଜି ଭିଜି ଶରଧାବାଲିକୁ ମହାପ୍ରଭୁଙ୍କୁ ଟାଣି ଟାଣି ନେଇଛନ୍ତି ଭକ୍ତ ।  ଗତକାଲି ବଡଠାକୁରଙ୍କ ତାଳଧ୍ୱଜ ଓ ସୁଭଦ୍ରାଙ୍କ ଦେବଦଳନ ପହଁଚିଥିବାବେଳେ ଆଜି ପହଁଚିଛି କାଳିଆ ସାଆନ୍ତଙ୍କ ନନ୍ଧିଘୋଷ ।

 

ସମ୍ବନ୍ଧିତ ଖବର