ଓଡ଼ିଶାବାସୀଙ୍କ ନିଷ୍ପତ୍ତିକୁ ସ୍ବୀକାର କରୁଛୁ: ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ, ବିଜେପିକୁ ମିଳିଥିବା ଆଶୀର୍ବାଦ ବି ଅଭୂତପୂର୍ବ

ଭୁବନେଶ୍ବର : ଓଡିଶାରେ ବିଜେପିର ପ୍ରଦର୍ଶନକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସାମାଜିକ ଗଣମାଧ୍ୟମରେ ମତ ରଖିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ବିଜେପିକୁ ଏକ ବଡ ରାଜନୀତି ସମୂହ ଭାବେ ଓଡିଶାର ଲୋ‌କେ ଆଶୀର୍ବାଦ କରିଛନ୍ତି। ବିଜେପିର ୮ ଜଣ ଲୋକସଭା ପ୍ରାର୍ଥୀଙ୍କୁ ସା˚ସଦ ଭାବେ ଦିଲ୍ଲୀ ଓ ୨୩ ଜଣ ବିଧାନସଭା ପ୍ରାର୍ଥୀଙ୍କୁ ନିର୍ବାଚିତ କରିଥିବାରୁ ଓଡିଆବାସୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି। ଏଥିସହ ପ୍ରଜାତନ୍ତ୍ରରେ ଓଡିଶାବାସୀଙ୍କ ଜନମତ ଓ ନିଷ୍ପତିକୁ ସେ ମୁଣ୍ତପାତି ସ୍ବୀକାର କରୁଥିବା କହିଛନ୍ତି।

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଓଡିଶାବାସୀ ଆସ୍ଥା ସ୍ଥାପନ କରିଛନ୍ତି। ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଥିବା ନବୀନ ପଟ୍ଟନୟକଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଓଡିଶାର ଜନସାଧାରଣଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛି। ୨୦୧୪ ତୁଳନାରେ ଏଥର ନିର୍ବାଚନରେ ରାଜ୍ୟବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିଶ୍ବାସ କରିଛନ୍ତି। ରାଜ୍ୟ ବିଜେପି ଉପରେ ଅଭୂତପୂର୍ବ ଜନଆଶୀର୍ବାଦ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଭାବେ ମୋଦୀଙ୍କ ପାଇଁ ଓଡିଶାବାସୀ ୮ ଜଣ ସା˚ସଦ ପଠାଇଛନ୍ତି। ଓଡିଶାର ପାଖାପାଖି ୧ କୋଟି ଲୋକଙ୍କ ସମର୍ଥନ କାରଣରୁ ଏହା ସମ୍ଭବପର ‌ହୋଇପାରିଛି। ବିଜେପି ଏକ ପ୍ରମୁଖ ଦଳ ଭାବେ ଓଡିଶା ଲୋକସଭା ନିର୍ବାଚନରେ ସାମ୍ନାକୁ ଆସିଛି। ବିଜେପିର ପରାଜୟ ସ୍ଥାନରେ ମଧୢ ବିଜେପିକୁ ଅଭୂତପୂର୍ବ ଜନସମର୍ଥନ ମିଳିଥିବା ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ଓଡିଶା ବିଧାନସଭାରେ ୨୩ ଜଣ ବିଜେପି ପ୍ରାର୍ଥୀ ଜିତିଛନ୍ତି। ଦଳର ଆଶାନୁଯାୟୀ ପ୍ରଦର୍ଶନ ହୋଇନାହିଁ। ତେବେ ଖେଳୁଆଡ଼ ମନୋବୃତି ନେଇ ଆମେ ଏହାକୁ ସ୍ବୀକାର କରୁଛୁ। ଓଡିଆର ଲୋକେ ସେମାନଙ୍କ ଦାୟିତ୍ବ ପୂରଣ କରିଛନ୍ତି। ଓଡ଼ିଶାର ଉପକୂଳ ଅଞ୍ଚଳ ସାମୁଦ୍ରିକ ବାତ୍ୟା ‘ଫନି’ ଦ୍ବାରା ପ୍ରଭାବିତ ହୋଇଛି। ଏବେ କେନ୍ଦ୍ର କିମ୍ବା ରାଜ୍ୟ ଓଡିଆ ଲୋକଙ୍କ ଆକା˚କ୍ଷାକୁ ପୂରଣ କରିବାର ସମୟ ଆସିଛି। ଓଡିଶାକୁ ଏକବି˚ଶ ଶତାବ୍ଦୀରେ ଏକ ଅଗ୍ରଣୀ ଅଞ୍ଚଳ ଭାବେ ପୂରା କରିବା ପାଇଁ ଓଡିଆ ଲୋକଙ୍କ ଅପେକ୍ଷା ଓ ଆକା˚କ୍ଷାକୁ ପୂରା କରିବାକୁ ହେବ। ନୂଆ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଓଡିଶା ଲୋକଙ୍କ ଆକା˚କ୍ଷାକୁ ପୂରଣ କରିବା କାମରେ ଲାଗନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର