ଭୁବନେଶ୍ବର : ଝାଡ଼ଖଣ୍ଡର ସୀମାବର୍ତ୍ତୀ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଜାମସେଦପୁର, ଜଗନ୍ନାଥପୁର ଓ ଚକ୍ରଧରପୁରରେ ବିଜେପି ପକ୍ଷରୁ ଆୟୋଜିତ ନିର୍ବାଚନୀ ଶୋଭାଯାତ୍ରାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ପ୍ରଚାର କରିଛନ୍ତି। ସେ କହିଥିଲେ, ଝାଡ଼ଖଣ୍ଡର ବିକାଶକୁ ନିରନ୍ତର କରିବା ପାଇଁ ଏଠାରେ ଡବଲ୍ ଇଞ୍ଜିନର ପୁନରାବୃତ୍ତି ହେଉ। ଝାଡ଼ଖଣ୍ଡରେ ପୁଣି ବିଜେପି ସରକାର ହେଲେ ଆଦିବାସୀ ଅଞ୍ଚଳରେ ଆହୁରି ବିକାଶ ହେବ। ଝାଡ଼ଖଣ୍ଡର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନେତୃତ୍ବରେ ଏକ ସ୍ଥିର ଓ ମଜବୁତ ସରକାର ଉଦ୍ୟମ ଜାରି ରଖିଛି। ବିଶେଷ କରି ଗରିବ ଓ ଆଦିବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିେର ରଖି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଶ୍ରୀ ପ୍ରଧାନ ଆହୁରି କହିଲେ, ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଜାମସେଦପୁରରେ ବ୍ୟବସାୟ, ରୋଜଗାର ବୃଦ୍ଧି ତଥା ଇସ୍ପାତ ଉଦ୍ୟୋଗର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଝାଡ଼ଖଣ୍ଡ ଏବଂ ପୂର୍ବାଞ୍ଚଳର ରାଜ୍ୟର ବିକାଶ ବିନା ଭାରତର ବିକାଶ ଅସମ୍ଭବ। କେନ୍ଦ୍ର ଓ ରାଜ୍ୟେର ଡବଲ ଇଞ୍ଜିନ ସରକାର ଫଳରେ ଝାଡ଼ଖଣ୍ଡବାସୀ ବହୁତ ଲାଭ ପାଇଛନ୍ତି। ଜାମସେଦପୁରରେ ପାଇପ୍ ଲାଇନ୍ ଦ୍ବାରା ଗ୍ୟାସ ଯୋଗାଣ ହେଉଛି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଝାଡ଼ଖଣ୍ଡର ୩୩ ଲକ୍ଷ ଘରେ ଏଲ୍ପିଜି ଗ୍ୟାସ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାରେ ଗରିବ ଲୋକଙ୍କ ମାଗଣାରେ ଚିକିତ୍ସା ମଧ୍ୟ ଝାଡ଼ଖଣ୍ଡରୁ ଆରମ୍ଭ ହୋଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ତେଣୁ ବିଜେପି ପ୍ରାର୍ଥୀଙ୍କୁ ଭେଟ୍ ଦେଇ ରାଜ୍ୟରେ ପୁଣି ବିଜେପି ସରକାର ଆଣିବାକୁ ସେ ନିବେଦନ କରିଥିଲେ।
ଝାଡ଼ଖଣ୍ଡ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଧର୍ମେନ୍ଦ୍ରଙ୍କ ନିର୍ବାଚନୀ ପ୍ରଚାର
/sambad/media/post_attachments/wp-content/uploads/2019/12/Dharmendra-Pradhan.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)