ରାଜ୍ୟପାଳ-ଧର୍ମେନ୍ଦ୍ର ଭେଟ୍‌ଘାଟ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜଭବନ ଯାଇ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟପାଳଙ୍କୁ ଏକ ପୁସ୍ତକ ‘ଧମନୀରେ ଶୌର୍ଯ୍ୟ- ଓଡ଼ିଶାର ଅଦମ୍ୟ ସାହସର ଗାଥା’ ପୁସ୍ତକର ଉଭୟ ଇଂରାଜୀ ଓ ଓଡ଼ିଆ ସଂସ୍କରଣ ଉପହାର ଦେଇଥିଲେ। ଏହି ପୁସ୍ତକରେ ୧୮୦୪ରୁ ୧୯୪୭ ପର୍ଯ୍ୟନ୍ତ ଓଡ଼ିଶାରେ ବିଟ୍ରିଶ ବିରୋଧୀ ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଗାଥା ବର୍ଣ୍ଣନା କରାଯାଇଛି।

ସମ୍ବନ୍ଧିତ ଖବର