ଇମ୍ଫା ପାଇଁ ପାଗ ଭିଡିଲେ ଧର୍ମେନ୍ଦ୍ର : ରତନ ଟାଟାଙ୍କ ହସ୍ତକ୍ଷେପ ଲୋଡିଲେ

ଭୁବନେଶ୍ୱର : ଇମ୍ଫା ପ୍ରସଙ୍ଗ ଧୀରେ ଧୀରେ ରାଜନୈତିକ ମୋଡ଼ ନେଲାଣି। ଏହି ପ୍ରସଙ୍ଗରେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଣ୍ଡ ପୂରାଇଛନ୍ତି, ଏକ ଭିନ୍ନ ଢଙ୍ଗରେ। ଇମ୍ଫାକୁ ସହଯୋଗ କରିବା ଲାଗି ଧର୍ମେନ୍ଦ୍ର ଆଜି ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଟ୍ଵିଟ୍‌ ଜରିଆରେ ନିବେଦନ କରିଛନ୍ତି, ମୁଖ୍ୟମନ୍ତ୍ରୀ ଓ ପ୍ରଶାସନକୁ ସେ ପ୍ରଭାବିତ କରି ଇମ୍ଫାରେ ଅଚଳାବସ୍ଥା ଦୂର କରନ୍ତୁ। ସେ ଏକଥା ବି ଲେଖିଛନ୍ତି, ଅଚଳାବସ୍ଥା ଯୋଗୁଁ ପ୍ଲାଣ୍ଟ ବନ୍ଦ ହୋଇଥିବାରୁ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି।

ଟ୍ଵିଟ୍‌ରେ ସେ ରତନ୍‌ ଟାଟାଙ୍କୁ, ପଶ୍ଚିମବଙ୍ଗରେ ନାନୋ କାର୍‌ ଫ୍ୟାକଟ୍ରି ପ୍ରତିଷ୍ଠା ବେଳେ ସାମ୍ନା କରିଥିବା ପରିସ୍ଥିତି ସମ୍ପର୍କରେ ମନେପକାଇଛନ୍ତି। ଉଲ୍ଲେଖ କରିଛନ୍ତି, ପ୍ରତିଶୋଧ ପରାୟଣତା ଓ ସାମୟିକ ସ୍ୱାର୍ଥ ହାସଲ ଲାଗି କିଛି ଲୋକ ସୃଷ୍ଟି କରିଥିବା ଏଭଳି ପରିସ୍ଥିତି ଶିଳ୍ପାୟନ ପ୍ରକ୍ରିୟା ପ୍ରତି ଏକ ନକାରାତ୍ମକ ସଂକେତ। ଏଠାରେ ଉଲ୍ଲେଖଥାଉକି, ଏପ୍ରିଲ ୨୩ରୁ ଇମ୍ଫାରେ ଅଚଳାବସ୍ଥା ଲାଗି ରହିଛି।

ସମ୍ବନ୍ଧିତ ଖବର