ମୂଳ ପ୍ରଶ୍ନର ଉତ୍ତର ନ ଦେଇ ଦିନରେ ଲଣ୍ଠନ ଦେଖାଉଛନ୍ତି ସରକାର-ଧର୍ମେନ୍ଦ୍ର

ଆୟୁଷ୍ମାନ ଭାରତ ଅପେକ୍ଷା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ଭଲ କହିବା ପ୍ରସଙ୍ଗ

ଭୁବନେଶ୍ବର : ଆୟୁଷ୍ମାନ ଭାରତ ସ୍ଥାନରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ଭଲ କହିବା ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମକରେ ନିଜର ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ, ମାଗଣା ସ୍ବାସ୍ଥ୍ୟ ସେବା ମାମଲାରେ ମୁଖ୍ୟମନ୍ତ୍ରୀ ମୂଳ ପ୍ରଶ୍ନର ଉତ୍ତର ନ ଦେଇ ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନିୟମାବଳୀ ଏବେସୁଦ୍ଧା ପ୍ରସ୍ତୁତ ହୋଇନାହିଁ। ୪୦୩୬ ସ୍ବାସ୍ଥ୍ୟ ସେବା ପ୍ୟାକେଜ୍ କେବଳ କାଗଜ କଲମରେ ରହିଛି। ପ୍ୟାକେଜଗୁଡ଼ିକ ଆଜି ବି ୱେବସାଇଟ୍‌ରେ ସାର୍ବଜନୀନ ହୋଇନାହିଁ। ନୀତି ସ୍ପଷ୍ଟ ହୋଇନାହିଁ କି ତଥ୍ୟ ଉପଲବ୍ଧ ନାହିଁ। ଅନ୍ୟ ରାଜ୍ୟରେ ଥିବା ଓଡ଼ିଆମାନଙ୍କୁ ଉତ୍ତମ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ କେଉଁ କେଉଁ ଡାକ୍ତରଖାନା ସହିତ ବୁଝାମଣା କରାଯାଇଛି। ଗଞ୍ଜାମ ଜିଲ୍ଲାର ସୁବଠାରୁ ଅଧିକ ଲୋକ ସୁରଟରେ ରହୁନ୍ତି। ସେଠାରେ ରହୁଥିବା ଲୋକମାନେ କେଉଁ ଡାକ୍ତରଖାନାରେ ମାଗଣା ସ୍ବାସ୍ଥ୍ୟସେବା ପାଇବେ। ସେମାନଙ୍କୁ ଡାକ୍ତରଖାନା କିଭଳି ଚିହ୍ନଟ କରିବ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର