ଅଧିକ ଲୁହାପଥର ଉତ୍ପାଦନ ଉପରେ ଏନ୍‌ଏମ୍‌ଡିସି ପ୍ରାଥମିକତା ଦେଉ : ଧର୍ମେନ୍ଦ୍ର

ହାଇଦ୍ରାବାଦରେ ଏନ୍‌ଏମ୍‌ଡିସି କର୍ପୋରେଟ୍‌ ଅଫିସ୍‌ ପରିଦର୍ଶନ

ଭୁବନେଶ୍ବର : ରାଷ୍ଟ୍ରୀୟ ଖଣିଜ ବିକାଶ ନିଗମ(ଏନ୍‌ଏମ୍‌ଡିସି)ର ହାଇଦ୍ରାବାଦସ୍ଥିତ କର୍ପୋରେଟ୍‌ ଅଫିସ୍‌ ପରିଦର୍ଶନ କରିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କମ୍ପାନିର ମୁଖ୍ୟ ପରିଚାଳନା ଅଧିକାରୀ, ନିର୍ଦ୍ଦେଶକ ତଥା ପଦାଧିକାରୀଙ୍କୁ ଭେଟିବା ସହ ଶ୍ରୀ ପ୍ରଧାନ ଏନ୍‌ଏମ୍‌ଡିସିର କାର୍ଯ୍ୟର ସମୀକ୍ଷା କରିଥିଲେ। କେନ୍ଦ୍ର ମନ୍ତ୍ରୀ କହିଥ‌ିଲେ, ଭାରତର ସବୁଠାରୁ ବଡ଼ ଖଣିଜ କମ୍ପାନି ଏନ୍‌ଏମ୍‌ଡିସିକୁ ଅଧିକରୁ ଅଧିକ ଲୁହାପଥର ଉତ୍ପାଦନ କରିବା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଏହା ଦ୍ବାରା ଇସ୍ପାତ ଉତ୍ପାଦନକାରୀ କମ୍ପାନିଗୁଡ଼ିକୁ କଞ୍ଚାମାଲ୍‌ ଯୋଗାଣ ସୁନିଶ୍ଚିତ ହେବା ସହ ବଜାର ମୂଲ୍ୟ ନିୟନ୍ତ୍ରଣରେ ରଖିବାକୁ ସହାୟକ ହେବ। ଏନ୍‌ଏମ୍‌ଡିସି ଦାୟିତ୍ବବାନ ହୋଇ ଡିଜିଟାଲ୍‌ ମାଧ୍ୟମର ଉପଯୋଗ କରି ଖଣିଜ ଉତ୍ପାଦନ କରୁଛି। କାର୍ଯ୍ୟକ୍ଷମ ପ୍ରକଳ୍ପ ବି‌େଶଷ କରି ଏନ୍‌ଏମ୍‌ଡିସି ଆଇରନ୍ ଏବଂ ଷ୍ଟିଲ୍‌ ପ୍ଲାଣ୍ଟ୍‌ ପ୍ରକଳ୍ପକୁ ନିୟମିତ ଭାବେ ତଦାରଖ କରିବାକୁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଏନ୍‌ଏମ୍‌ଡିସିର ‘ସ୍ଲରି ପାଇପ୍‌ଲାଇନ୍ ପ୍ରକଳ୍ପ’କୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର