କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର : ବାରିପଦା ମେଡିକାଲ କଲେଜକୁ ପୁଣି ଏମ୍‌ସିଆଇ ଟିମ୍‌ ପଠାଯାଉ

ଭୁବନେଶ୍ୱର : ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ୍‌କୁ ମେଡିକାଲ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ(ଏମ୍‌ସିଆଇ)ର ଟିମ୍‌କୁ ଦ୍ୱିତୀୟ ଥର ଅନୁଧ୍ୟାନ ପାଇଁ ପଠାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡାଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି।

ଚିଠିରେ ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି, ୧୦୦ ଛାତ୍ରଛାତ୍ରୀ ନାମ ଲେଖାଇବାକୁ କ୍ଷମତା ଥିବା ଏହି ମେଡିକାଲ କଲେଜ ସେଣ୍ଟ୍ରାଲି ସ୍ପନ୍ସର୍ଡ ସ୍କିମ୍‌(ସିଏସ୍‌ଏସ୍‌)ରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ପ୍ରତିଷ୍ଠା କରାଯାଉଛି। ମେଡିକାଲ କଲେଜ ନିର୍ମାଣ କାମ ଶେଷ ହୋଇଛି। ଏମ୍‌ସିଆଇ ଅନୁଧ୍ୟାନକାରୀ ଦଳ ଦ୍ୱିତୀୟ ଥର ଅନୁଧ୍ୟାନ କରି ତା’ର ଆକଳନ ରିପୋର୍ଟ ପ୍ରଦାନ କଲେ ଏଠାରେ ୨୦୧୮-୧୯ ଶିକ୍ଷା ବର୍ଷରେ ପାଠପଢ଼ା ପ୍ରକ୍ରିୟା ଆରମ୍ଭ ହୋଇପାରିବ।

ସମ୍ବନ୍ଧିତ ଖବର