ଇତିଶ୍ରୀ ମାମଲାର ପୁନଃ ତଦନ୍ତ ଦାବିରେ ଧାରଣା

ଭୁବନେଶ୍ୱର : ଇତିଶ୍ରୀ ପ୍ରଧାନ ମାମଲାର ପୁନଃ ତଦନ୍ତ ଦାବି ନେଇ ଆଜି ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟାରେ ଏହି ଘଟଣାର ପୁନଃତଦନ୍ତ ପାଇଁ ଧାରଣାରେ ଯୋଗଦେଇଥିବା ବିଭିନ୍ନ ସଂଗଠନର କର୍ମକର୍ତା ଓ ସମାଜସେବୀମାନେ ଦାବି କରିଛନ୍ତି। ଏହି ଅବସରରେ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପଠାଯିବାକୁ ସ୍ଥିର କରାଯାଇଛି।

ଧାରଣାରେ ନମ୍ରତା ଚଢ଼ା, ପ୍ରୀତିଛନ୍ଦା ଧଳ, ଲିଙ୍କନ ସୁବୁଦ୍ଧି, ମଧୁଲିତା ପରିଡ଼ା, ବିଜୟଲକ୍ଷ୍ମୀ କର, ସସ୍ମିତା ଦାସ, ସ୍ନିଗ୍ଧା ପାଣିଗ୍ରାହୀ, ଦୀପିକା ମହାନ୍ତି, ସ୍ୱପ୍ନା ତ୍ରିପାଠୀ, ମଧୁମିତା ରଥ, ସୁଲତା ସାହାଣୀ, ପ୍ରଭାସିନୀ ପ୍ରଧାନ, ଅନସୂୟା ଷଡ଼ଙ୍ଗୀ, ସଂଯୁକ୍ତା ସାହୁ, ମନୋଜ ଜେନା ଓ ମିନତି ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ। ଧାରଣାରେ ବିଚାର ଭାରତୀ ଟ୍ରଷ୍ଟ, ମହିଳା ଅଧିକାର ଅଭିଯାନ, ସେବା ପ୍ରୟାସ ଫାଉଣ୍ଡେସନ୍‌, ଦିଶା, ଜାତୀୟ ମାନବାଧିକାର ଆୟୋଗ, ଓଡ଼ିଶା ନାରୀ ସୁରକ୍ଷା ମଞ୍ଚ, ନାରୀ ସୁରକ୍ଷା ପ୍ରଗତି ମଞ୍ଚ, ଲ’ ଅନୁଷ୍ଠାନ, ଜାତୀୟ ଯୁବ ପ୍ରକଳ୍ପ, ସଂଯୋଗ ଅନୁଷ୍ଠାନ, ମଧୁଲିତା ଓ ସମର୍ପିତା ଅନୁଷ୍ଠାନର କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର