ନିଜାମୁଦ୍ଦିନର ତବଲିଗି ଫେରନ୍ତାଙ୍କୁ ଘରେ ରଖିଥିଲେ ଢେଙ୍କାନାଳର କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଜି ଢେଙ୍କାନାଳରୁ ଚିହ୍ନଟ ହୋଇଥିବା ମହିଳାଙ୍କ ସଂପର୍କରେ ସୂଚନା ଦେଇଛନ୍ତି । ୪୩ ନମ୍ବର କରୋନା ଆକ୍ରାନ୍ତ ମହିଳା ଜଣଙ୍କ ଗତ ମାର୍ଚ୍ଚ ୧୦ରୁ ୧୭ ମଧ୍ୟରେ ଦିଲ୍ଲୀର ନିଜାମୁଦ୍ଦିନର ତବଲିଗି ଜମାତରୁ ଫେରିଥିବା ଧର୍ମପ୍ରଚାରକଙ୍କ ସଂସ୍ପର୍ଶରେ ଆସିଥିଲେ । ଦିଲ୍ଲୀର ଏହି ଧର୍ମପ୍ରଚାରକ ଜଣକ ମାର୍ଚ୍ଚ ୧୮ରୁ ଏପ୍ରିଲ ୨ ମଧ୍ୟରେ ଢେଙ୍କାନାଳର ମୀନାବଜାରସ୍ଥିତ ମହିଳାଙ୍କ ଘରେ ରହିଥିଲେ । ଏହା ପରେ ମହିଳାଙ୍କୁ ଏପ୍ରିଲ ୩ରେ ୱାର୍ଡ ନମ୍ବର ୯ରେ ବ୍ୟବସ୍ଥା କରାଯାଇଥିବା କ୍ୱାରେଣ୍ଟାଇନରେ ଭର୍ତ୍ତି କରାଯାଇଥିଲା ।

ସେଠାରୁ ୫୧ ବର୍ଷୀୟ ମହିଳାଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା । ତାଙ୍କୁ ଏପ୍ରିଲ ୪ରେ ଆଇସୋଲେସନରେ ରଖାଯାଇଥିଲା । ଏପ୍ରିଲ ୮ତାରିଖରେ ସେ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିଲେ । ସଂପୃକ୍ତ ମହିଳାଙ୍କୁ ଏପ୍ରିଲ ୮ରେ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସମ୍ବନ୍ଧିତ ଖବର