ଢେଙ୍କାନାଳ: ବିଜୁଳି ଆଘାତରେ ହାତୀ ମୃତ୍ୟୁ ସନ୍ଦେହ

ଢେଙ୍କାନାଳ: ସଦର ରେଞ୍ଜ୍‌ ଇଚ୍ଛାପୁର ଗ୍ରାମ ଆମ୍ବତୋଟାରେ ଗୋଟାଏ ହାତୀ ମରି ପଡ଼ିଛି। ମୃତ ମାଈହାତୀଟିର ବୟସ ୧୮/୧୯ ବର୍ଷ ହୋଇ ପାରେ।

ସୋମବାର ସକାଳେ ଗ୍ରାମବାସୀ ମୃତ ହାତୀକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ।

ବନଖଣ୍ଡ ଅଧିକାରୀ ରିଘୁ ଘୁମାରୀ, ଏସିଏଫ୍‌ ଜିତେନ୍ଦ୍ର ନାଥ ଦାଶ, ରେଞ୍ଜର ଦର୍ଶନୀୟା ଭୋଇ, ଫରେଷ୍ଟର୍‌ ତରଙ୍ଗ ବିଶ୍ୱାଳ ଏବଂ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

ହାତୀଟିର ମୃତ୍ୟୁ ବିଜୁଳି ଅଘାତ ଯୋଗୁଁ ହୋଇଥାଇ ପାରେ ବୋଲି ରେଞ୍ଜର ଦର୍ଶନୀୟା ଭୋଇ ଅନୁମାନ କରୁଛନ୍ତି।

ଗତ ତିନି ଚାରି ଦିନ ହେବ ସଦର ରେଞ୍ଜ୍‌ ଇଚ୍ଛାପୁର ଗ୍ରାମ ଅଦୂରରେ ଥିବା ସଂରକ୍ଷିତ ଜଙ୍ଗଲରେ ଚାରି ପାଞ୍ଚଟି ବଣୁଆ ହାତୀ ରହୁଥିଲେ।

ସମ୍ବନ୍ଧିତ ଖବର