ଢେଙ୍କାନାଳ: କାଠ ଫାଳିଆ ମାଡ଼ରେ ଯୁବକ ମୃତ

ଢେଙ୍କାନାଳ: ଶନିବାର ରାତିରେ ସଦରଥାନା ଅର୍ନ୍ତଗତ ଗୋବିନ୍ଦପୁର ଛକ ନିକଟରେ ଥିବା ଏକ ସାହିରେ ଜଣେ ଯୁବକଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରାଯାଇଛି।

ହତ୍ୟାକାଣ୍ଡର ବାସ୍ତବ କାରଣ ଜଣା ନ ପଡ଼ିଥିଲେ ମଧ୍ୟ ଏହା ଏକ ପାରିବାରିକ କଳହଜନିତ ବୋଲି ଅନୁମାନ କରାଯାଉଛି।

ମୃତ ପ୍ରଦୀପ ମଲ୍ଲିକଙ୍କ ଭାଇ ତଦନ୍ତକାରୀ ପୁଲିସଙ୍କୁ ଦେଇଥିବା ବୟାନରେ କହିଛନ୍ତି କି, ଚାରି ଜଣ ଦୁର୍ବୃତ୍ତ ଗୋଟାଏ ବାଇକ୍‌ରେ ଆସି ପ୍ରଦୀପଙ୍କୁ ପିଟି ପିଟି ମାରି ପକାଇଛନ୍ତି।

କିନ୍ତୁ, ଘଟଣାସ୍ଥଳକୁ ତଦନ୍ତ ପାଇଁ ଯାଇଥିବା ଗୋବିନ୍ଦପୁର ଫାଣ୍ଡି ପୁଲିସ ପ୍ରଦୀପଙ୍କ ଭାଇ ଓ ଭାଉଜଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।

ସମ୍ବନ୍ଧିତ ଖବର