ସୋନପୁରରେ ଝାଡ଼ାବାନ୍ତି ନିୟନ୍ତ୍ରଣ ବାହାରେ

ସୋନପୁର : ସୋନପୁର ସହରରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ପରିସ୍ଥିତି ଏକ ପ୍ରକାର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ୩୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ବୁଧବାର ସଂଧ୍ୟା ସୁଦ୍ଧା ଏହି ସଂଖ୍ୟା ଶହେ ଟପିଲାଣି। ଆକ୍ରନ୍ତଙ୍କ ମଧ୍ୟରୁ ୮୬ ଜଣ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପରୀକ୍ଷା ପାଇଁ ଯାଇଥିବା ଜଳ ନମୁନା ରିପୋର୍ଟ ଆହୁରି ୨୪ ଘଣ୍ଟା ପରେ ମିଳିବ। ଦୂଷିତ ଜଳ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଲୋକେ କହୁଥିବାବେଳେ ଜଳ ବିଶୋଧନ ପାଇଁ ଦୁଇଟି ଟିମ୍‌ ସୋନପୁର ପହଞ୍ଚିଛନ୍ତି।

ବୁଧବାର ସନ୍ଧ୍ୟାରେ ଜ‌ଳସମ୍ପଦ ତଥା ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନରେ ଆସି ଆକ୍ରାନ୍ତଙ୍କୁ ଭେଟିଛନ୍ତି। ୩ଜଣ ରୋଗୀଙ୍କ ଚିକିତ୍ସା ପାଇଁ ଜଣେ ଡାକ୍ତର ବ୍ୟବସ୍ଥା କରାଯିବ ଓ ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ଡାକ୍ତରମାନଙ୍କୁ ଚିକିତ୍ସା ପାଇଁ ଏଠାରେ ନିୟୋଜନ କରାଯିବ ଏବଂ ବାହାରୁ ସ୍ବତନ୍ତ୍ର ଡାକ୍ତର ଟିମ୍‌ ଅଣାଯିବା ନେଇ ପଦକ୍ଷେପ ନିଆଯାଉଛି ବୋଲି ଡକ୍ତରଖାନା ପରିଦର୍ଶନ ପରେ ଗଣମାଧ୍ୟମଙ୍କୁ ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର