ଆଜି ଦିବା ପହଡ଼ : ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ : ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅବସରରେ ଆସନ୍ତାକାଲି ଦିବା ପହଡ଼ ହେବାକୁ ଯାଉଛି। ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ଦିବା ପହଡ଼ ହେବାକୁ ନୀତି ନିର୍ଘଣ୍ଟ ହୋଇଛି। ଫଳରେ ଏହି ସମୟ ଅର୍ଥାତ୍‍ ୪ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ସମ୍ଭବ ହେବ ନାହିଁ। ଜଗମୋହନ ମରାମତି କାମ ବନ୍ଦ ରଖାଯିବା ସହ ଏହି ଦିବା ପହଡ଼ ନୀତି କରାଯିବ। ରାତି ୨ରୁ ଦ୍ଵାର ଫିଟାଯିବା ପରେ ଅନ୍ୟାନ୍ୟ ନୀତି ଶେଷ ପରେ ୫ଟାରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ହେବ। ୬ଟା ୩୦ରୁ ୭ଟା ୩୦ ଭିତରେ ସକାଳଧୂପ ହେବାକୁ ଥିବା ବେଳେ ୮ଟା ୧୫ରୁ ୯ଟା ୩୦ ଭୋଗମଣ୍ଡପ ନୀତି ରହିଛି। ୧୦ଟାରେ ମଧ୍ୟାହ୍ନ ଧୂପ ଥିବା ବେଳେ ୧୦ଟା ୧୫ରେ ଦ୍ଵିତୀୟ ଭୋଗମଣ୍ଡପ ନୀତି ରହିଛି। ୧୧ଟା ୩୦ରେ ଦକ୍ଷଣିଘର ଭୋଗ ଶେଷ ହେବା ପରେ ୨ଟାରେ ଦିବା ପହୁଡ଼ କରାଯିବାକୁ ସ୍ଥିର କରାଯାଇଛି। ୨ଟାରୁ ୬ଟା ଦିବା ପହଡ଼ ଖୋଲିବା ପରେ ପରର ନୀତି ଆରମ୍ଭ ହେବ।

ସମ୍ବନ୍ଧିତ ଖବର