ଡିଜେଲ ୮୦ ଟପିଲା

ଭୁବନେଶ୍ୱର: ଦେଶରେ ପେ‌ଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଅବ୍ୟାହତ ରହିଛି। ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ଶନିବାର ଡିଜେଲ ଦର ୮୦ ଟଙ୍କା ଟପିଯାଇଛି। ଶୁକ୍ରବାର ଡିଜେଲ ଦର ୭୯ ଟଙ୍କା ୮୬ ପଇସା ଥିବାବେଳେ ଶନିବାର ଏଥିରେ ୨୩ ପଇସା ବୃଦ୍ଧି ଘଟି ୮୦ ଟଙ୍କା ୯ ପଇସାରେ ପହଞ୍ଚି ଯାଇଛି। ମାସକ ଭିତରେ ଡିଜେଲ ଦର ୫ ଟଙ୍କା ମହଙ୍ଗା ହୋଇଯାଇଛି। ଅଗଷ୍ଟ ୩୦ରେ ଡିଜେଲ ୭୫ ଟଙ୍କା ଟପିଥିବା‌ ବେଳେ ଚଳିତମାସ ୩ ତାରିଖରେ ଏହା ୭୬ ଟଙ୍କା, ୯ ତାରିଖରେ ୭୭ ଟଙ୍କା, ୧୦ ତାରିଖରେ ୭୮ ଟଙ୍କା ଏବଂ ୧୬ ତାରିଖରେ ୭୯ ଟଙ୍କା ଟପିଥିଲା। ସେହିଭଳି ଭୁବନେଶ୍ବରରେ ଶୁକ୍ରବାର ତୁଳନାରେ ଶନିବାର ପେଟ୍ରୋଲ ଦର ୧୮ ପଇସା ବୃଦ୍ଧି ଘଟି ୮୨ ଟଙ୍କା ୨୧ ପଇସାରେ ପହଞ୍ଚିଥିବା ବେଳେ ଏକ୍ସଟ୍ରା ପ୍ରିମିୟମ ପେଟ୍ରୋଲ ଦର ୮୫ ଟଙ୍କା ୧୩ ପଇସା ଛୁଇଁଛି।

ସମ୍ବନ୍ଧିତ ଖବର