୧୦ କୋଟିରୁ ଅଧିକ ପୃଷ୍ଠାର ଡିଜିଟାଇଜେସନ୍‌ କରାଯିବ

ଭୁବନେଶ୍ୱର : ରାଜସ୍ୱ ପର୍ଷଦ ଅଧୀନରେ ଥିବା ୫ଟି ମୁଖ୍ୟ ବନ୍ଦୋବସ୍ତ କାର୍ଯ୍ୟାଳୟର ବିଭିନ୍ନ ଜମି ରେକର୍ଡର ପ୍ରାୟ ୧୦ କୋଟିରୁ ଅଧିକ ପୃଷ୍ଠାକୁ ଡିଜିଟାଇଜେସନ୍‌ କରାଯିବ। ଏଥିରେ ସମସ୍ତ ଜମିଜମା ସଂକ୍ରାନ୍ତୀୟ ରେକର୍ଡଗୁଡ଼ିକୁ ସ୍କାନିଂ ସହିତ ସୂଚୀ ପ୍ରସ୍ତୁତ କରିବା ଓ ଆବଶ୍ୟକ ସମୟରେ ବ୍ୟବହାର କରିପାରିବା ଲକ୍ଷ୍ୟ ନେଇ ଏହାକୁ ସୁରକ୍ଷିତ ଉପାୟରେ ରଖାଯିବ। ଏହି କାର୍ଯ୍ୟ ସମ୍ପାଦନ ନିମନ୍ତେ ଉପଯୁକ୍ତ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ଫାର୍ମ ଓ ଅନୁଷ୍ଠାନ ପକ୍ଷରୁ ଏକ୍ସପ୍ରେସନ୍‌ ଅଫ୍‌ ଇଣ୍ଟ୍ରେଷ୍ଟ୍‍ ଆହ୍ଵାନ କରାଯିବ। ଏ ସଂକ୍ରାନ୍ତରେ ରାଜସ୍ୱ ବିଭାଗର ପ୍ରସ୍ତାବକୁ ବିଭାଗୀୟ ମନ୍ତ୍ରୀ ମହେଶ୍ୱର ମହାନ୍ତି ଅନୁମୋଦନ କରିଛନ୍ତି। ବନ୍ଦୋବସ୍ତ କାର୍ଯ୍ୟାଳୟର ପ୍ରାୟ ୧୦ କୋଟିରୁ ଅଧିକ ପୃଷ୍ଠାର ଜମି ରେକର୍ଡର ସ୍କାନିଂ ଓ ଡିଜିଟାଇଜେସନ୍‌ କରି ରେକର୍ଡଗୁଡ଼ିକୁ ସୁରକ୍ଷିତ କରି ରଖିବା ଦ୍ୱାରା ଜନସାଧାରଣ ଆବଶ୍ୟକ ସ୍ଥଳେ ସହଜରେ ଏହାକୁ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର