ଭୁବନେଶ୍ବର : ଶରତ ସମିତି, କୋଲକାତା ତରଫରୁ ବିଶିଷ୍ଟ ଓଡ଼ିଆ ଗାଳ୍ପିକା ଓ ଅନୁବାଦିକା ଦୀପ୍ତି ପଟ୍ଟନାୟକଙ୍କୁ ‘ଶରତଚର୍ଯ୍ୟା’ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଥିତଯଶା ବଙ୍ଗଳା ଔପନ୍ୟାସିକ ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ କୃତିକୁ ଓଡ଼ିଆରେ ଅନୁବାଦ କରିଥିବାରୁ ସେ ଏହି ପୁରସ୍କାର ପାଇଛନ୍ତି। ଏହି ପୁରସ୍କାର ସ୍ବରୂପ ତାଙ୍କୁ ୫୧ ହଜାର ଟଙ୍କା ମିଳିଛି। ଶ୍ରୀମତୀ ପଟ୍ଟନାୟକ ଶରତ ଚନ୍ଦ୍ରଙ୍କ ‘ବିଜୟା’ ଏବଂ ‘ବିପ୍ରଦାସ’ ଆଦି ପୁସ୍ତକର ଓଡ଼ିଆ ଅନୁବାଦ କରିଛନ୍ତି।
‘ଶରତଚର୍ଯ୍ୟା’ ପୁରସ୍କାର ପାଇଲେ ବିଶିଷ୍ଟ ଓଡ଼ିଆ ଗାଳ୍ପିକା ଓ ଅନୁବାଦିକା ଦୀପ୍ତି ପଟ୍ଟନାୟକ
/sambad/media/post_attachments/wp-content/uploads/2019/10/Dipti-Patnaik.jpg)