ସିଧାସଳଖ ଜିଲ୍ଲା ଜଜ୍‌ କ୍ୟାଡରରେ ନିଯୁକ୍ତି ପାଇଁ ବିଜ୍ଞପ୍ତି

କଟକ : ଜିଲ୍ଲା ଜଜ୍‌ କ୍ୟାଡରରେ ଖାଲି ପଡିଥିବା ପଦବି ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବାର୍‌ରୁ ସିଧା ସଳଖ ନିଯୁକ୍ତି ମାଧ୍ୟମରେ ୬ଟି ଜିଲ୍ଲା ଜଜ୍‌ କ୍ୟାଡର ପଦ ପୂରଣ ହେବ। ସର୍ବ ନିମ୍ନ ୭ ବର୍ଷର ଅନୁଭବ ଥିବା ଆଇନଜୀବୀ ଏହି ପଦବିରେ ନିଯୁକ୍ତି ପାଇଁ ଆବେଦନ କରି ପାରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ସେହିଭଳି ସିନିୟର ସିଭିଲ ଜଜ୍‌ କ୍ୟାଡରରେ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା ବିଚାରବିଭାଗୀୟ ଅଧିକାରୀମାନେ ମଧ୍ୟ ସିଧା ସଳଖ ଜିଲ୍ଲା ଜଜ୍‌ କ୍ୟାଡରରେ ନିଯୁକ୍ତି ପାଇଁ ଥିବା ୧୨ଟି ପଦ ଲାଗି ଆବେଦନ କରି ପାରିବେ ବୋଲି ହାଇକୋର୍ଟ ଓ୍ଵବସାଇଟରେ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଫର୍ମ ଦାଖଲର ଶେଷ ତାରିଖ ୨୦୧୮, ଅକ୍ଟୋବର ୩ ତାରିଖ ଧାର୍ଯ୍ୟ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଜିଲ୍ଲା ଜଜ୍‌ କ୍ୟାଡରରେ ୩୩ଟି ପଦବି ଏବେ ଖାଲି ପଡିଛି। ଏଥି ସହିତ ଅବସର ଗ୍ରହଣ ଓ ଅନ୍ୟାନ୍ୟ କାରଣରୁ ଏକ ବର୍ଷ ମଧ୍ୟରେ ୮ଟି ଜିଲ୍ଲା ଜଜ୍‌ ପଦବି ଖାଲି ପଡିବ। ୪୧ଟି ପଦବି ମଧ୍ୟରୁ ୨୩ଟି ପଦବି ନିୟମିତ ପଦୋନ୍ନତି ପ୍ରକ୍ରିୟା ଦ୍ୱାରା ପୂରଣ କରାଯିବ ବୋଲି ହାଇକୋର୍ଟ େଓ୍ଵବସାଇଟରେ ଉପଲବ୍ଧ ତଥ୍ୟରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର