ଭିନ୍ନକ୍ଷମ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ସଂଘର ଧାରଣା

ଭୁବନେଶ୍ୱର : ସରକାରୀ ମାନ୍ୟତା ଓ ଛଟେଇ ବନ୍ଦ କରିବା ଦାବିରେ ରାଜ୍ୟ ଭିନ୍ନକ୍ଷମ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ସଂଘ ଲୋୟର ପିଏମଜିରେ ଧାରଣା ଆରମ୍ଭ କରିଛି। ବିଭିନ୍ନ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟର ୧୨୧୨ ଶିକ୍ଷା ସ୍ୱେଚ୍ଛାସେବୀ ଉଦ୍ୟମ ଅବ୍ୟାହତ ରଖିଥିଲେ ମଧ୍ୟ ଶିକ୍ଷାବର୍ଷ ଆରମ୍ଭରୁ ଛଟେଇ କରାଯାଇ ପୁନଃନିଯୁକ୍ତି ଦିଆଯାଉଛି। ମାସିକ ଦିଆଯାଉଥିବା ପ୍ରୋତ୍ସାହନ ରାଶି ୩୫୦୦ ଟଙ୍କାରୁ ୨୫ ପ୍ରତିଶତ କଟାଯାଇ ୨୬୮୦ ପ୍ରଦାନ କରାଯାଉଛି। ଦୀର୍ଘ ୭ ବର୍ଷ ଧରି ଏମାନେ ସରକାରଙ୍କର ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ କାମ କରିଆସୁଥିଲେ ମଧ୍ୟ ସରକାରୀ ଅବହେଳା ବରଦାସ୍ତ ଯୋଗ୍ୟ ନୁହେଁ। ସରକାରୀ ମାନ୍ୟତା ଓ ଛଟେଇ ବନ୍ଦ ନ ହେଲେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ କହିଛି। ସମ୍ପାଦକ ଗଦାଧର ରାଉତ ଓ ସଭାପତି ଶିବଶଙ୍କର ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ସ୍ୱେଚ୍ଛାସେବୀ ଧାରଣାରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର