ଭିନ୍ନକ୍ଷମଙ୍କ ମାତୃତ୍ବ ଲାଭ ଘଟଣା : ରକ୍ତହୀନତାର ଶିକାର ଅଛନ୍ତି ମହିଳା
ଜୟପୁର : ଲମତାପୁଟ ବ୍ଲକ ତୁଷୁବା ଗାଁର ଭିନ୍ନକ୍ଷମ ମହିଳା ମା’ ହେବା ଘଟଣାକୁ ତିନିଦିନ ବିତିଥିବାବେଳେ ଆଜି ସେ ରକ୍ତହୀନତାର ଶିକାର ଥିବା ଜଣାପଡିଛି। ରକ୍ତହୀନତା ଯୋଗୁଁ ଆଜି ତାଙ୍କୁ ରକ୍ତ ଦିଆଯାଇଛି। ଚିକିତ୍ସା ବାବଦ ସହାୟତା ପାଇଁ ରେଡକ୍ରସ ସୋସାଇଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଉଭୟ ମା’ ଓ ଶିଶୁପୁତ୍ର ସୁସ୍ଥ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶ ଥାଉକି ମୂକ ଓ ବଧିର ଯୁବତୀ ଜଣକ ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରବାର ଲୋକେ ତାକୁ ଆହା ଟିକେ କରିନଥିଲେ। ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଘରୁ ତଡି ଦେଇଥିଲେ। ଘର ନିକଟ ଏକ ଅଳିଆ ଗଦା ନିକଟରେ ଯୁବତୀ ଜଣକ ଏକ ଶିଶୁସନ୍ତାନ ପ୍ରସବ କରିବା ସହ ରାତିତମାମ ପଡିରହିଥିଲେ। ଏଭଳିକି ପରଦିନ ଟାଣଖରାରେ ସେଠାରେ ପଡିରହିଥିଲେ। ଗ୍ରାମର ଅଙ୍ଗନବାଡି କର୍ମୀ ମୁକ୍ତ ଶିଶା ଓ ସୁପରଭାଇଜର ଗୀତା ଜାନିଙ୍କ ସହାୟତା ଏବ ସିଡବ୍ଲୁସିର ହସ୍ତକ୍ଷେପ ପରେ ଉଭୟ ମା ଓ ଶିଶୁକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆସନ୍ତା ଦିନରେ ଶିଶୁକୁ ସିଡବ୍ଲୁସି ନିକଟରେ ଉପସ୍ଥାପନ କରାଯିବା ପରେ ପଦକ୍ଷେପ ନିଆଯିବ। ସିଡିପିଓ ରାଜଶ୍ରୀ ଦାଶ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଏସଏଲଏନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଉଭୟ ମା ଓ ଶିଶୁ ସୁସ୍ଥ ରହିଛନ୍ତି। ମେଡିକାଲରୁ ଫେରିବା ପରେ ସିଡବ୍ଲୁସି କମିଟି ଯେଉଁ ନିଷ୍ପତ୍ତି ନେବ ତାକୁ ନେଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି।