ଧରାପଡ଼ିଲା ଏଏସ୍ଆଇ ମିଛ : ମୂର୍ତି ଅପସାରଣ କରିଛନ୍ତି, କାଟିଛନ୍ତି

ବାହାର ପଟୁ ଦିଶିଲାଣି ଫାଟ, ବହୁ କୀର୍ତିରାଜି ମିଳୁନି, ଚୋରି ଅଭିେଯାଗ
ନିମ୍ନମାନର ପ୍ରଲେପ ବି ଆଣିଲାଣି ବିପଦ, ଶିଉଳି ଲାଗିଲାଣି, ଗଛ ଉଠିଲାଣି

ଭୁବନେଶ୍ବର : ବାହାର କାନ୍ଥରେ ଫାଟ ଜଳ ଜଳ ଦିଶିଲାଣି। ମୁଖଶାଳାରେ ୭ଟି ଘୋଡା ଥିଲା। ଏବେ ଗୋଟିଏ ଘୋଡା ରହିଛି, ତାହା ପୁଣି ଭଗ୍ନାବସ୍ଥାରେ। କାନ୍ଥରେ ଲାଗିଥିବା ମୂର୍ତି ମଧ୍ୟରୁ ଅନେକରେ ମୁଣ୍ଡ ଅଛି, ଗଣ୍ଡି ନାହିଁ। କେଉଁଠି ମୂର୍ତିରେ ଗଛ ଉଠିଗଲାଣି, ଆଉ କେଉଁଠି ହାତ ମାରିେଲ ଝଡିଯାଉଛି ପଥର। ଗୋଟିଏ ଗୋଟିଏ ପଥରର ତଳ ଓ ଉପରଭାଗରେ କାରୁକାର୍ଯ୍ୟ ଖଚିତ ପଥର ରହିଛି, ହେଲେ ମଝି ଅଂଶଟିରେ ଲାଗିଛି ସମତଳ ପଥର। ଗୋଟିଏ କି ଦୁଇଟି ସ୍ଥାନ ନୁେହଁ, ମୁଖଶାଳାକୁ ତନ୍ନ ତନ୍ନ କରି େଦଖିଲେ ଶତାଧିକ ଏଭଳି କାର୍ଯ୍ୟ ସାମ୍ନାକୁ ଆସୁଛି।

ପ୍ରତି ବର୍ଷ େକାଟି େକାଟି ଟଙ୍କା ବ୍ୟୟ କରି ଏମିତି ଢଙ୍ଗରେ ଏଏସ୍ଆଇ କର୍ତୃପକ୍ଷ େକାଣାର୍କ ମନ୍ଦିରକୁ ସୁରକ୍ଷା େଦଉଛନ୍ତି। କର୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ତଥା ଦାୟିତ୍ବହୀନତା କାରଣରୁ ସ୍ଥିତି ଏତେ ଗମ୍ଭୀର ଆଡକୁ ଟାଣି େହାଇଗଲାଣି, େଯକୌଣସି ମୁହୂର୍ତରେ ବିଶ୍ବ ଐତିହ୍ୟ କୀର୍ତିରାଜି େକାଣାର୍କରୁ କିଛି ବି ଦୁଃସମ୍ବାଦ ଆସିବା ସମ୍ଭାବନାକୁ ଏଡାଇ େଦଇ େହବ ନାହିଁ। ଏଏସ୍ଆଇ କର୍ତୃପକ୍ଷଙ୍କ ମନମାନି ଏବେ ଏହି ବିରଳ ମନ୍ଦିରକୁ ଧ୍ବଂସ ମୁଖକୁ େଠଲି େଦଲାଣି।

ସାଂଘାତିକ କଥା େହଉଛି, ଲୁଣା ପବନ ମାଡ଼ରୁ େକାଣାର୍କକୁ ରକ୍ଷା କରିବା ପାଇଁ ରସାୟନିକ ପ୍ରଲେପ ଦେବା ଲାଗି ବ୍ୟବସ୍ଥା ରହିଛି। େହଲେ ଏହି ପ୍ରଲେପ ଏବେ େକାଣାର୍କ ପ୍ରତି ବିପଦ ବଢାଇ େଦଲାଣି। ଏହାର ମାନ ଠିକ୍ ନାହିଁ, ଅଥବା ଭାଗ ମାପ ଭୁଲ ରହିଛି। ଯେଉଁ କାରଣରୁ ପ୍ରଲେପ ଲାଗିଥିବା ସ୍ଥାନରେ ପଥର ଦୁର୍ବଳ େହାଇଯାଇଛି ଓ ପଥରକୁ ନଷ୍ଟ କରୁଛି େବାଲି େସଠାରେ କାମ କରୁଥିବା ଶିଳ୍ପୀମାେନ ସ୍ବୀକାର କରିଛନ୍ତି। ଏହି ରସାୟନିକ ପ୍ରଲେପର ମାନ କିଏ ପରୀକ୍ଷା କରୁଛି, େକଉଁଠି ପରୀକ୍ଷା େହଉଛି, େସ େନଇ କାହା ପାଖରେ କିଛି ଖବର ନାହିଁ। କାର୍ଯ୍ୟ କରୁଥିବା କର୍ମଚାରୀ ଏକଥା ବି ମାନିଛନ୍ତି େଯ ଶିଉଳି ଛଡାଇବା େକ୍ଷତ୍ରରେ ଲୁହା ବ୍ରସ ବ୍ୟବହାର େହଉଥିବା କାରଣରୁ େକାଣାର୍କର କାରୁକାର୍ଯ୍ୟ ନଷ୍ଟ େହାଇଯାଉଛି। ନିମ୍ନମାନର ପଥର ବ୍ୟବହାର େଯାଗୁଁ, ଗତ କିଛି ବର୍ଷ ତଳେ ସଂରକ୍ଷଣ କାର୍ଯ୍ୟ େହାଇଥିବା ପଥର ସ୍ଥିତି ବି ଦୁର୍ବଳ େହବା ଆରମ୍ଭ କଲାଣି। ବାହାର ଠିକାଦାରମାେନ ଅନଭିଜ୍ଞ ଶିଳ୍ପୀଙ୍କୁ ଏ କାମରେ ନିେୟାଜିତ କରିଛନ୍ତି। କୀର୍ତିରାଜି ନଷ୍ଟ େହବା ପଛର ଏହା ଅନ୍ୟ ଏକ କାରଣ େବାଲି ଜଣାପଡିଛି।

ସମତଳ ପଥର ଲାଗିଥିବା ସ୍ଥାନରେ ମୂର୍ତି ନଥିଲା େବାଲି ଏଏସ୍ଆଇ କର୍ତୃପକ୍ଷ ରାଜ୍ୟ ସରକାରଙ୍କ ଆଗରେ ଯୁକ୍ତି ବାଢିଥିେଲ। େହଲେ ଏଏସ୍ଆଇର ମିଛ ଧରାପଡିଯାଇଛି। ୧୯୮୨ ମସିହା ପରେ େକାଣାର୍କ ମନ୍ଦିର େନଇ େଯଉଁ କିଛି ଫଟୋ ଉଠାଯାଇଛି, ତାହା ସ୍ପଷ୍ଟ ସୂଚାଉଛି େଯ କାରୁକାର୍ଯ୍ୟ ଖଚିତ ପଥର ସ୍ଥାନରେ କର୍ତୃପକ୍ଷ ସମତଳ ପଥର ଲଗାଇଛନ୍ତି। କର୍ତୃପକ୍ଷ ଏକଥା ବି ସଫେଇ େଦଇଥିେଲ, ନିୟମ ଅନୁସାେର କାରୁକାର୍ଯ୍ୟ କରାଯିବା ଅନୁମତି ନାହିଁ। କିନ୍ତୁ ଅଭାବନୀୟ ଘଟଣାଟି େହଉଛି, େକାଣାର୍କର କିଛି ଚକ ପରିବର୍ତନ କରି କର୍ତୃପକ୍ଷ େଯଉଁ ପଥର ଲଗାଇଛନ୍ତି, େସଥିେର ଭିନ୍ନ କିଛି କାରୁକାର୍ଯ୍ୟ କରାଯାଇଛି। କିଛି ସ୍ଥାନରେ େସଥିରେ ଲାଗିଥିବା ମୂର୍ତି କାଢିନିଆଯାଇଛି। ଯାହା ଏହାର ସୌନ୍ଦର୍ଯ୍ୟକୁ େକବଳ ପ୍ରଭାବିତ କରୁଛି ତା ନୁେହଁ, ବାରଶହ ବଢେଇଙ୍କ ପ୍ରତି ଅସମ୍ମାନ େବାଲି ସଂସ୍କୃତି େପ୍ରମୀ ଉଦବେଗ ପ୍ରକାଶ କରିଛନ୍ତି।
େକାଣାର୍କ ଉପରେ ଗବେଷଣା କରୁଥିବା ସ୍ଥାନୀୟ ଅଞ୍ଚଳର ଉପେନ୍ଦ୍ର େଭାଳଙ୍କ କହୁଛନ୍ତି, ୧୯୭୧ ମସିହାରେ ମସ୍କୋରେ େହଉଥିବା ଏକ ପ୍ରଦର୍ଶନୀ ପାଇଁ ଗଜବିଡ୍ରାଳ ମୂର୍ତି ଯାଇଥିଲା। େଫରି ଦିଲ୍ଲୀରେ ରହିଗଲା। ଆଜି ଦିନରେ ଅଧିକାଂଶ ମୂର୍ତି ରାଜ୍ୟ ଓ ଦିଲ୍ଲୀ ସଂଗ୍ରହାଳୟକୁ ଏମିତି ଭାବେ ଚାଲିଯାଇଛି। ଅଥଚ ଏଣେ େକାଣାର୍କର ଶିରି ତୁଟିଗଲାଣି। ସ୍ଥାନୀୟ ଅଞ୍ଚଳର ଯୁବକମାେନ ଗଭୀର େକ୍ଷାଭ ପ୍ରକାଶ କରିଛନ୍ତି େଯ ଆଜି ପର୍ଯ୍ୟନ୍ତ େକତେ ମୂର୍ତି େକଉଁ ଅଞ୍ଚଳକୁ ଯାଇଛି, ତାର ତାଲିକା କାହା ପାଖରେ ନାହିଁ। ଏଏସ୍ଆଇ କର୍ତୃପକ୍ଷ ଏ େନଇ ତୁରନ୍ତ ତଥ୍ୟ େଦବା ଦରକାର।

ସ୍ଥାନୀୟ ଅଞ୍ଚଳବାସୀ ଚାଞ୍ଚଲ୍ୟକର ଅଭିେଯାଗ କରି କହିଛନ୍ତି, େକାଣାର୍କରୁ ଶହ ଶହ ଦୁର୍ଲଭ ମୂର୍ତି େଚାରି େହାଇଯାଇଛି। ଯିଏ େଯତେବେଳେ ଦାୟିତ୍ବରେ ରହିେଲ, େସ ତାଙ୍କ ନିଜ ଢଙ୍ଗରେ କାମ କଲେ। େଯଉଁ ମୂର୍ତି କଢାଗଲା, ତାହା କିଛି ଦିନ ପାଇଁ ବାହାରେ ପଡିଲା। େହଲେ ପରବର୍ତୀ ସମୟରେ େଦଖାଯାଉଛି, ଏ ମୂର୍ତି େକଉଁଠାେର ଲାଗିନାହିଁ, ବରଂ ବିରଳ ମୂର୍ତିଗୁଡିକ େକାଣାର୍କ ପରିସରରୁ ଉଭାନ େହାଇଯାଉଛି। ଏ େନଇ ଥାନାେର ଅଭିେଯାଗ େହାଇଛି, େହଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।

ବିେଶଷଜ୍ଞମାନଙ୍କର କହିବା କଥା େହଉଛି, େଯଉଁଠାେର ଏଏସ୍ଆଇ ମରାମତି କରୁଛନ୍ତି, ନିୟମ ଅନୁସାେର, େସମାେନ ପ୍ରଥମେ ତାର ଫଟୋଗ୍ରାଫି କରିବା କଥା। ସଂରକ୍ଷଣ ପରେ ମଧ୍ୟ ତାହା େକଉଁ ଅବସ୍ଥାକୁ ଗଲା, ତାହାର ମଧ୍ୟ ଫଟୋ ଉଠାଯାଏ। ଯଦି ଅଭିେଯାଗ ମିଥ୍ୟା, ତେବେ ସମତଳ ପଥର ଲାଗିଥିବା ପ୍ରତିଟି କୀର୍ତିରାଜିର ପୂର୍ବ ଫଟୋ ଏଏସ୍ଆଇ କର୍ତୃପକ୍ଷ ଜାରି କରନ୍ତୁ।

ଉଲ୍ଲେଖଯୋଗ୍ୟ, େକାଣାର୍କ କୀର୍ତିରାଜି କାଢିନିଆଯିବା ପ୍ରସଙ୍ଗରେ ପର୍ଯ୍ୟଟକମାେନ ମଧ୍ୟ ଗଭୀର େକ୍ଷାଭ ପ୍ରକଟ କରିଛନ୍ତି। ଆଜି ଗଣମାଧ୍ୟମ ଆଗରେ ସେମାନେ ତାଙ୍କ ଅସନ୍ତୋଷ ଝାଡିଛନ୍ତି।

ସମ୍ବନ୍ଧିତ ଖବର