ବିଜେଡିର ସଦସ୍ୟ ସଂଗ୍ରହ ପାଇଁ ୭ ନେତାଙ୍କୁ ଜିଲ୍ଲା ବଣ୍ଟନ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ତ୍ୱରାନିତ କରିବା ପାଇଁ ୭ ଜଣ ବରିଷ୍ଠ ନେତାଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ଏହି ନେତା ମାନେ ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି, ସାଂସଦ, ବିଧାୟକ ଓ ନିର୍ବାଚନ ମଣ୍ଡଳିର ଛାମୁଆ ନେତାମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବା ସହ ସଭ୍ୟ ସଂଗ୍ରହକୁ ତ୍ୱରାନିତ କରିବେ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସୀକୃତି ପରେ ରାଜ୍ୟ ସଭ୍ୟ ସଂଗ୍ରହ ସମିତି ପକ୍ଷରୁ ସଭ୍ୟ ସଂଗ୍ରହ ପାଇଁ ବିଭିନ୍ନ ନେତାଙ୍କୁ ଜିଲ୍ଲା ବଣ୍ଟନ କରାଯାଇଛି । ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬ଟି ଜିଲ୍ଲା ଯଥା ବରଗଡ, ସମ୍ବଲପୁର, ଦେବଗଡ, ସୁବର୍ଣ୍ଣପୁର, ବଲାଙ୍ଗିର ଦାୟିତ୍ୱ ଦିଆଯାଇଛି । ସେହିପରି ଦେବୀ ପ୍ରସାଦ ମିଶ୍ରଙ୍କୁ ଢେଙ୍କାନାଳ, ଅନୁଗୁଳ ଓ କଟକ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ପ୍ରତାପ ଦେବଙ୍କୁ ନୂଆପଡା, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ପ୍ରମିଳ ମଲ୍ଲିକଙ୍କୁ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସଂହପୁର ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ସଞ୍ଜୟ ଦାସବର୍ମାଙ୍କୁ ନବରଙ୍ଗପୁର, କୋରାପୁଟ, ମାଲାକାନାଗିରି, ରାୟଗଡା, ଗଜପତି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ପ୍ରଦୀପ ପାଣିଗ୍ରାହୀଙ୍କୁ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ପ୍ରଣବ ପ୍ରକାଶ ଦାସଙ୍କୁ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧିତ ଖବର