‘ମୌଳିକ ଅଧିକାର ସମସ୍ତଙ୍କୁ ମିଳିବା ଦରକାର’

ଲିଙ୍ଗଗତ ଅଧିକାର ନେଇ ଜିଲ୍ଲାସ୍ତରୀୟ କର୍ମଶାଳା

କଳିଙ୍ଗ କୁସୁମ ପକ୍ଷରୁ ଯୁବକ ଓ ଯୁବତୀମାନଙ୍କୁ ତାଲିମ

ଭବାନୀପାଟଣା : ସମ୍ବିଧାନରେ ଥିବା ମହିଳା ଓ ପୁରୁଷମାନଙ୍କର ମୌଳିକ ଅଧିକାର ସମସ୍ତଙ୍କୁ ମିଳିବା ଦରକାର। ଲିଙ୍ଗ ଭେଦ ଭାବ ଛାଡ଼ି ଭୟଶୁନ୍ୟ ଭାବେ ସହଭାଗିତା କେମିତି ରହିବ ଚୁପ ନ ରହି ସମସ୍ତେ ମୁହଁ ଖୋଲିବା ନେଇ ଅତିଥିମାନେ ଆହ୍ଵାନ ଦେଇଥିଲେ। ଭବାନୀପାଟଣା ଓୟୁଏଟି କଲେଜର କନଫରେନ୍ସ ହଲ ଠାରେ କଳିଙ୍ଗ କୁସୁମ ଫାଉଣ୍ଡେସନ ପକ୍ଷରୁ ମହିଳା ଓ ପୁରଷମାନଙ୍କ ସମାନ ଅଧିକାର ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ଉତ୍ସବରେ ରାଜ୍ୟ ମହିଳା ଆୟୋଗ ସଦସ୍ୟ ସ୍ନେହାଞ୍ଜଳି ମହାନ୍ତି ମୁଖ୍ୟ ଅତିଥି, ତିଳୋତ୍ତମା ନାଏକ, ଓୟୁଏଟି କଲେଜର ଏସୋସିଏଟ ଡିନ ପ୍ରଫେସର ଡ. ଶାନ୍ତନୁ ମହାନ୍ତି, କଳିଙ୍ଗ କୁସୁମ ଫାଉଣ୍ଡେସନର ଉପଦେଷ୍ଟା ଆଇନଜୀବୀ ସତ୍ୟ ନାରାୟଣ ସେଠ ପ୍ରମୁଖ ଉଦବୋଧନ ଦେଇଥିଲେ। ପ୍ରଥମ ଅଧିବେଶନରେ ସାମାଜିକ ନିର୍ମାଣ ପାଇଁ ଲିଙ୍ଗଗତ ସହମତି ଉପରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଫାର ସଂସ୍ଥାର ଅଧ୍ୟକ୍ଷ ଆରାଧନା ନନ୍ଦ, ପରିବର୍ତ୍ତନର ସାରଦା ପଟେଲ, କଳିଙ୍ଗ କୁସୁମର ପ୍ରଫେସର କମଳାକାନ୍ତ ଦାସ ପ୍ରମୁଖ ଉଦବୋଧନ ଦେଇଥିଲେ। ଦ୍ୱିତୀୟ ଅଧିବେଶନରେ ଲିଙ୍ଗଗତ ଅସମାନତାରେ ଯୁବକମାନଙ୍କର ଭୂମିକା ଉପରେ ଅନୁଷ୍ଠିତ କର୍ମଶାଳାରେ ଭବାନୀପାଟଣା ସରକାରୀ ସ୍ୱଂୟ ଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଡ. ପଲ୍ଲିଶ୍ରୀ ପଟ୍ଟନାୟକ, ଶାସ୍ତ୍ରୀଜୀ ମହିଳା ଡିଗ୍ରି କଲେଜର ଅଧ୍ୟକ୍ଷା ନମିତା ସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ କଳିଙ୍ଗ କୁସୁମର ସ୍ୱାତୀ ତନ୍ମୟା ମିଶ୍ର। କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ କଳିଙ୍ଗ କୁସୁମର ସିଦ୍ଧାର୍ଥ ମହାନ୍ତି, କପୁନା ସୋରେନ, ପ୍ରଫେସର କମଳାକାନ୍ତ ଦାସ ପ୍ରମୁଖ। ପ୍ରଥମ ଥର ପାଇଁ କଳାହାଣ୍ଡିରେ ଯୁବକମାନଙ୍କ ନିମନ୍ତେ ଏଭଳି କର୍ମଶାଳା ନେଇ ଯୁବକମାନେ ବେଶ ଉତ୍ସାହିତ ଥିଲେ।

ସମ୍ବନ୍ଧିତ ଖବର