ଭୁବନେଶ୍ୱର: ଦୀପାବଳିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ରାଉରକେଲା ଓ ପାରଦୀପରେ ନିଅାଁ ଲାଗିବାରୁ ୮ ବଖରା ଘର ପୋଡ଼ି ଯାଇଥିବା ବେଳେ ବାଣ ଫୁଟାଉଥିବା ବେଳେ ପୋଡ଼ି ଯିବାରୁ ୧୭ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ବାଣ ଫୁଟାଉଥିବା ବେଳେ ୨ ଜଣ ଆଘାତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ହେଉଛି ୪ ବର୍ଷର ଶିଶୁ। ବାଣ ଫୁଟାଇବା ସମୟରେ ଯାଜପୁର ଜିଲ୍ଲାର ପାଣିକୋଇଲିର ନୂଆପଦା ଗାଁରେ ଜଣେ ନାବାଳକ ଆଘାତ ହୋଇଛି। ନାବାଳକକୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଅନ୍ତର୍ଗତ ଭେଜିପୁଟ ଗାଁରେ ଜଣେ ଦୀପରୁ ନିଅାଁ ଲାଗି ଜଣେ ଯୁବତୀ ଗୁରୁତର ହୋଇଛନ୍ତି। ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ଚୋପରା ଗାଁରେ ଜଣେ ଯୁବକ ଆହତ ହୋଇଛନ୍ତି। ଉଦଳାର ବରମା ଅଞ୍ଚଳରେ ୫ ଜଣ ଆହତ ହୋଇଥିବା ବେଳେ ବାଲେଶ୍ୱର ରସାଲପୁର ଠାରେ ଜଣେ ଗୁରୁତର ହୋଇଛନ୍ତି।
ଷ୍ଟିଲ ସିଟି ରାଉରକେଲାର ବାଣ ଫୁଟିବା ସମୟରେ ନିଆଁ ଲାଗିବାରୁ ରାଉରକେଲା ପୁରୁଣା ଷ୍ଟେସନରେ ତିନି ଝୁମ୍ପୁଡି ଘର ଭସ୍ମୀଭୂତ ହୋଇଛିା ଘର ମାଲିକ ହେଲେ ମହମ୍ମଦ ମଜିଦ, ବ୍ରହ୍ମଦେବ ସାହୁ ଓ ରଂଜନ ସାମନ୍ତଙ୍କ ଘର ରାତି ୮ଟା ଏହି ଅଘଟଣ ଘଟିଛି। ପରିବାରର ସମସ୍ତ ସଦସ୍ୟ ବାହାରେ ଥିବାରୁ କେହି ହତାହତ ହୋଇ ନାହାନ୍ତି। ଅଗ୍ନିଶମ ଗାଡି ପହଁଚି ନିଆଁକୁ ଆୟତ୍ତ କରିଛି। ସେହିପର ବନ୍ଧମୁଣ୍ଡା ଡିଜେଲ କଲୋନିରେ ବେଆଇନ ଭାବରେ ପେଟ୍ରୋଲ ଏବଂ ଡିଜେଲ ରଖାଯାଇଥିବା ବେଳେ ୨ ଦୋକାନ ଜଳି ଭସ୍ମିଭୂତ ହୋଇଯାଇଛି। ସୂଚନା ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିବା ବେଳକୁ ଦୋକାନ ୨ଟି ସଂପୂର୍ଣ୍ଣ ରୂପେ ଜଳି ଯାଇଥିଲା।
ପାରାଦୀପ ଭଞ୍ଜ କଲୋନୀରେ ଟୁନିଆ ପଲେଇ ହାବେଳୀ ବାଣ ଫୁଟାଉଥିବା ଗଛରେ ପିଟିହୋଇ ଘର ଉପରେ ପଡ଼ିଥିଲା। ଏହା ପରେ ଟୁନିଆର ୩ ବଖରା ଘର ହୁତୁହୁତୁ ହୋଇ ଜଳି ଉଠିଥିଲା। ନିଅାଁ ଲାଗିବା ପରେ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରବାକୁ ଉଦ୍ୟମ କରିଛନ୍ତି।
ବାଣ ଫୁଟାଇବା ସମୟରେ ଭୁବନେଶ୍ୱରରେ ଅଘଟଣ ଘଟିବାରୁ ୩ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।