ଡିଜେ ସାଉଣ୍ଡରୁ ଜୀବନ ଗଲା!

ରାଜନଗର : ଡିଜେର କାନ ଫଟା ଶବ୍ଦରେ ଜଣେ ବ୍ୟବସାୟୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ବ୍ଲକ କୁନ୍ଦୁପୁର ଗାଁରେ। ଅଭିଯୋଗ ମୁତାବକ ରାଜନଗର ବଜ଼ାର ଉପରେ ଲୁଗା ଦୋକାନ କରିଥିବା ସାଲେପୁର ଅଞ୍ଚଳର ସମରେନ୍ଦ୍ର କର (୫୪) ଗତକାଲି ତାଙ୍କ ଶ୍ବଶୁର ଘର କୁନ୍ଦୁପୁର ଯାଇଥିଲେ। ରାତିରେ କୁନ୍ଦୁପୁର ଗାଁକୁ ଏକ ବାହାଘର ଶୋଭାଯାତ୍ରା ଆସିଥିଲା। ଡିଜେ ସାଉଣ୍ଡର କାନଫଟା ଶବ୍ଦରେ କୁନ୍ଦୁପୁର ଗାଁ ଦୁଲୁକିଥିଲା। ସେହି ସମୟରେ ଟିଭି ଦେଖି ଖାଉଥିବା ସମରେନ୍ଦ୍ର ଡିଜେର କାନଫଟା ଶବ୍ଦରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରୁଛନ୍ତି। ଛାତି ସହିତ ମୁଣ୍ଡରେ ଯନ୍ତ୍ରଣା ହେଉଛି କହି ସେ ଖାଇବା ସ୍ଥାନରେ ଟଳି ପଡ଼ିଥିଲେ। ସମରେନ୍ଦ୍ରଙ୍କୁ ସଙ୍ଗେ ସଙ୍ଗେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସମରେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ଡିଜେର ବୁକୁଫଟା ଶବ୍ଦରେ ସମରେନ୍ଦ୍ର ଜୀବନ ହରାଇଲେ ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର