ଡିଭାଇଡର ଡେଇଁ ବସ୍‌ରେ ପିଟିହେଲା କାର: ଡାକ୍ତର ମୃତ, ୧୯ ଆହତ

ରଗଡ଼ି : କୋରେଇ ଥାନା ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥ ଅନ୍ଧାରୀ ନିକଟ ଇଲେକ୍ଟ୍ରି ସବ୍‌ଷ୍ଟେସନ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡାକ୍ତରଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଆହତମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସମୟ ପ୍ରାୟ ୧୦ଟା ୧୫ ମିନିଟ ହେବ। ଯାଜପୁରରୋଡ ଆଡୁ କେନ୍ଦୁଝର ଯାଉଥିବା ଏକ କାର(ଓଡ଼ି ୦୫ଡ଼ବ୍ଲୁ ୦୨୨୬) ହଠାତ ଅନ୍ଧାରୀ ରଘୁ ଢାବା ନିକଟରେ ଖାଲରେ ପଡ଼ିଯାଇଥିଲା। କାର ଚାଳକ ଭାରସାମ୍ୟ ହରାଇବାରୁ ଦ୍ରୁତ ଗତିରେ ଥିବା କାରଟି ଡିଭାଇଡର ଡେଇଁ ଆରପଟକୁ ଚାଲିଯିବା ସହିତ କରଂଜିଆରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ବସ(ଓଡ଼ି୧୧ଇ୬୨୫୮)କୁ ଧକ୍କା ଦେଇଥିଲା। ବସ ଡ୍ରାଇଭର କିଛି ବୁଝିବା ଆଗରୁ କାରଟି ବସ ଦେହରେ ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବାବେଳେ କାର ଚାଳକଙ୍କର ମୃତ୍ୟୁ ହୋଇଯାଇଥିଲା। କାର୍‌ ଚାଳକ ବୃତ୍ତିରେ ଜଣେ ଡାକ୍ତର ହୋଇଥିବା ବେଳେ ତାଙ୍କ ନାମ ଲଳିତେନ୍ଦୁ ଜେନା ବୋଲି ଜଣାପଡ଼ିଛି। ସେ କଟକରୁ କୌଣସି କାମରେ କରଂଜିଆ ଯାଉଥିଲେ। ଅନ୍ୟ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର