ଭୁବନେଶ୍ବର : ରାଜ୍ୟରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଓ ସ୍ବାସ୍ଥ୍ୟସେବାରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ଚାରି ମାସର ଆଗୁଆ ଦରମା ମିଳିବ। ଏପ୍ରିଲ, ମେ’, ଜୁନ୍ ଓ ଜୁଲାଇ ଚାରି ମାସର ଦରମା ଏପ୍ରିଲ୍ ମାସରେ ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଲାଗିଥିବା ଏହି ଡାକ୍ତର ଓ କର୍ମଚାରୀଙ୍କ ନିଷ୍ଠା ଓ ତ୍ୟାଗକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି।
ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ଭାଇରସ୍ ଆଜି ସାରା ମାନବ ଜାତି ପାଇଁ ଏକ ବହୁତ ବଡ଼ ଆହ୍ବାନ ସୃଷ୍ଟି କରିଛି। କରୋନା ବିରୋଧରେ ଆମ ଲଢ଼େଇର ଆପଣମାନେ ପ୍ରଥମ ଧାଡ଼ିରେ ଅଛନ୍ତି। କଠିନ ପରିସ୍ଥିତିରେ ଆପଣମାନେ ସେବା ଯୋଗାଇ ଚାଲିଛନ୍ତି। ମୁଁ ଓ ଓଡ଼ିଶାବାସୀ ସମସ୍ତେ ଏହି ସମୟରେ ଆପଣମାନଙ୍କ ପରିବାର ସାଥୀରେ ଅଛୁ। ଆପଣମାନେ ନିଷ୍ଠାର ସହ ସେବା କରି ଚାଲିଛନ୍ତି। ଆପଣମାନଙ୍କ ଏହି ନିଷ୍ଠାକୁ ମୁଁ ସମ୍ମାନ କରୁଛି। ଆମେ ସମସ୍ତେ ଆପଣଙ୍କ ସାଥୀରେ ରହିଛୁ। ଆପଣମାନେ ସେବା ଜାରି ରଖନ୍ତୁ।
ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଆପଣମାନେ ଆମର ଡାକ୍ତର ଓ ସ୍ବାସ୍ଥ୍ୟ ସେବା କର୍ମଚାରୀମାନଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହ ବ୍ୟବହାର କରନ୍ତୁ। ସେମାନଙ୍କ କାମରେ ବାଧା ସୃଷ୍ଟି କରନ୍ତୁ ନାହିଁ। ସେମାନେ ସବୁ ସୁଖ ସୁବିଧା ତ୍ୟାଗ କରି ଦିନରାତି କଠିନ ପରିସ୍ଥିତିରେ କାମ କରୁଛନ୍ତି। ଆମେ ସେମାନଙ୍କୁ ଉତ୍ସାହିତ କରିବା ଓ ପ୍ରଶଂସା କରିବା ଦରକାର।
ମୁଖ୍ୟମନ୍ତ୍ରୀ ଆହୁରି ଚେତାଇ ଦେଇଛନ୍ତି ଯେ ଯେଉଁମାନେ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କ କାମରେ ବାଧା ସୃଷ୍ଟି କରିବେ ଓ ସେମାନଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ ନ କରିବେ, ସେହି ଲୋକମାନଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/coronavirus_kerala_pti_0.jpeg)