ପଦୋନ୍ନତି ପରେ ବି କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି ଡାକ୍ତର

୨୦ ଭିତରେ କାର୍ଯ୍ୟରେ ଯୋଗ ନ ଦେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ପଦୋନ୍ନତି ପାଇବା ପରେ ବଦଳି ହୋଇଥିବା ଡାକ୍ତର କାର୍ଯ୍ୟରେ ଯୋଗ ଦେଉନାହାନ୍ତି। ତେଣୁ ଆସନ୍ତା ୨୦ ତାରିଖ ଭିତରେ ବଦଳି ହୋଇଥିବା ଡାକ୍ତର ନିଜ ନିଜ ସ୍ଥାନରେ କାର୍ଯ୍ୟରେ ଯୋଗ ନ ଦେଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଗ୍ରେଡ୍‌ ଏ(ଜେବି)ରୁ ଆରମ୍ଭ କରି ଅତିରିକ୍ତ ନିର୍ଦେଶକ(ଲେଭଲ-୧) ପର୍ଯ୍ୟନ୍ତ ଡାକ୍ତରଙ୍କ ନିକଟରେ ପଦୋନ୍ନତି ହୋଇଥିଲା। ପଦୋନ୍ନତି ପରେ ବି ସେମାନେ କାର୍ଯ୍ୟରେ ଯୋଗ ଦେଉନଥିବା ନଜରକୁ ଆସିଛି। ତେଣୁ ଚଳିତ ମାସ ୨୦ ତାରିଖ ସୁଦ୍ଧା‌ ସେମାନଙ୍କୁ ତୁରନ୍ତ ନିଜ କାର୍ଯ୍ୟ କ୍ଷେତ୍ରରେ ଯୋଗଦେବାକୁ ହେବ। ନଚେତ୍ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର