ମେଡିକାଲ ନାମଲେଖା ପାଇଁ ଡକ୍ୟୁମେଣ୍ଟ ଯାଞ୍ଚ

ଭୁବନେଶ୍ୱର,: ଓଡ଼ିଶାର ସରକାରୀ, ଘରୋଇ ମେଡିକାଲ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ଶେଷ ହେବା ପରେ ଆଜି ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ନାମଲେଖା ଲାଗି ୩୮୭୫ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିସହ ଆଜିଠାରୁ ରାଜ୍ୟର ୧୨ଟି ସହରରେ ହୋଇଥିବା ନୋଡାଲ ସେଣ୍ଟର୍‌ (ବାଲେଶ୍ୱର ସରକାରୀ ଆଇଟିଆଇ, ବ୍ରହ୍ମପୁରରେ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲ୍‌, ରାଜଧାନୀ କଲେଜ, ସିଇଟି ଓ ସିଆଇଏମଇ, ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, କଟକ ସରକାରୀ ଆଇଟିଆଇ, ଆଇଏମ୍‌ଆଇଟି, ରାଉରକେଲାସ୍ଥିତ ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଓ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ)ରେ ଡକ୍ୟୁମେଣ୍ଟ ଯାଞ୍ଚ ଆରମ୍ଭ ହୋଇଛି। ଜୁନ୍‌ ୨୯ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନୋଡାଲ ସେଣ୍ଟର୍‌ରେ ଡକ୍ୟୁମେଣ୍ଟ ଯାଞ୍ଚ କରିପାରିବେ।

ସମ୍ବନ୍ଧିତ ଖବର