ସ୍ପଷ୍ଟ ହେଉନି ମାଟ୍ରିକ୍ ଫଳ ପ୍ରକାଶନ ତାରିଖ,  ମେ’ ତୃତୀୟ ସପ୍ତାହ ବୋଲି କହିଲେ ସଭାପତି

କଟକ: ମେ’ ପ୍ରଥମ ସପ୍ତାହରେ ଫଳ ମାଟ୍ରିକ୍ ପ୍ରକାଶ ପାଇଁ ଘୋଷଣା ହୋଇଥିଲା। ହେଲେ ଦ୍ବିତୀୟ ସପ୍ତାହ ଯାଇ ତୃତୀୟ ସପ୍ତାହ ଆରମ୍ଭ ହେଲାଣି। ତଥାପି ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟ କରିପାରୁନାହାନ୍ତି ମାଟ୍ରିକ୍ ଫଳ ପ୍ରକାଶନର ନିର୍ଦ୍ଦିଷ୍ଟ ତାରିଖ। ତୃତୀୟ ସପ୍ତାହରେ ମାଟ୍ରିକ୍, ମଧ୍ୟମା, ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ଆଜି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ‌ହେଲେ ଫଳ ପ୍ରକାଶନର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇନଥିବାରୁ ଏପରି ସୂଚନା ପୁଣି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ଦ୍ବନ୍ଦ୍ବ ସୃଷ୍ଟି କରିଛି। ମାଧୢମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ। ବୋର୍ଡ କେନ୍ଦ୍ରୀୟ କାର୍ଯ୍ୟାଳୟରେ ବୋର୍ଡ ସଭାପତି ଡକ୍ଟର ଜାହାନ୍‌ ଆରା ବେଗମ୍‌ ଆଜି ଏପରି ସୂଚନା ଦେଇଛନ୍ତି। ବିଳମ୍ବର କାରଣ ସଂକ୍ରାନ୍ତରେ ସଭାପତି ଡକ୍ଟର ବେଗମ୍ କରିଛନ୍ତି, ନେଟ୍ ଫେଲ ସହ ତ୍ରୁଟିଶୂନ୍ୟ ଓ ନିର୍ଭୁଲ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ଏପରି ବିଳମ୍ବ ହୋଇଛି। ଏବେ ପରୀକ୍ଷା ଫଳ ପ୍ରକାଶନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତୃତୀୟ ସପ୍ତାହ ସୁଦ୍ଧା ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ସଂପାଦକ ରାମାଶିଷ ହାଜରା ମଧ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର