୫୦ ହଜାର ଟଙ୍କା ପାଇଁ ଜାଳିଦେଲେ

ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବାଲିସୁଅାଁ ଗ୍ରାମରେ ଏକ ବୀଭତ୍ସ ଘଟଣା ଘଟିଛି। ୫୦ ହଜାର ଟଙ୍କା ପାଇଁ ମାତ୍ର ଦେଢ ବର୍ଷ ତଳେ ବିବାହ କରିଥିବା ମହିଳାଙ୍କୁ ଶାଶୂ ଘର ଲୋକେ ହାତଗୋଡ଼ ବାନ୍ଧି ଜାଳି ଦେଇଛନ୍ତି। ଏ ନେଇ ମାର୍ଶାଘାଇ ଥାନାରେ ଏତଲା ଦିଆଯିବା ପରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ବଡ଼ପାଳ ଗ୍ରାମର ଗଗନ ଦାସଙ୍କ ଝିଅ ଭାରତୀ(୨୬) ଓରଫ କଣ୍ଢେଇ ଦେଢ ବର୍ଷ ତଳେ ବାଲିସୁଆଁ ଗ୍ରାମର ନିଶାକର ସ୍ବାଇଁଙ୍କ ପୁଅ ନିର୍ମଳଙ୍କୁ ବିବାହ କରିଥିଲେ ା ବିବାହ ବେଳେ ଦାବି ମୁତାବକ ନଗଦ ଦେଢ ଲକ୍ଷ ଟଙ୍କାରୁ ଗଗନ ୧ ଲକ୍ଷ ଟଙ୍କା ଦେବାକୁ ସକ୍ଷମ ହୋଇଥିଲେ। ବାକି ୫୦ ହଜାର ଟଙ୍କା ଦେଇପାରି ନ ଥିଲେ। କଣ୍ଢେଇଙ୍କ ସ୍ବାମୀ ନିର୍ମଳ ସ୍ବାଇଁ ତାମିଲନାଡ଼ୁରେ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ, ୪ ଜଣ ନଣନ୍ଦଙ୍କ ମଧ୍ୟରୁ ଅବିବାହିତ ସାନ ନଣନ୍ଦ ସୁକାନ୍ତି ଓ ବିବାହିତ ୨ ନଣନ୍ଦ ମାନୀଙ୍କ ସମେତ ଶାଶୂ ଗତକାଲି ରାତି ପ୍ରାୟ ୧୧ଟାରେ କଣ୍ଢେଇଙ୍କ ହାତ ବାନ୍ଧି କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଏହି ନିଅାଁ‌ ଘରେ ଲାଗି ଯିବାରୁ ଗ୍ରାମବାସୀ ଦୈାଡ଼ାଦୈାଡ଼ି ହୋଇ ସେଠାରେ ପହଞ୍ଚି କଣ୍ଢେଇଙ୍କୁ ‌ଜଳୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ତାଙ୍କ ଶରୀରର ଶତକଡ଼ା ୮୦ ଭାଗ ପୋଡ଼ି ଯାଇଥିଲା। ୮ ମାସର ଶିଶୁ କନ୍ୟା ମଧ୍ୟ ସାମାନ୍ୟ ଆହତ ହୋଇଥିଲା। ଲୋକେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ କଣ୍ଢେଇଙ୍କୁ କଟକ ବଡ଼ ଡାକ୍ତରଖାନା ନେଇଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା।

କଣ୍ଢେଇ ଜମାନବନ୍ଦୀରେ ସ୍ବାମୀ ରାଜ୍ୟ ବାହାରେ ଥିବା କଥା କହିଥିବା ବେଳେ ଶ୍ବଶୁର ନିଶାକର ଏ ଘଟଣାରେ ସ˚ପୃକ୍ତ ନ ଥିବା ପୁଲିସକୁ କହିଛନ୍ତି। ପୁଲିସ ଶାଶୂ ୨ ନଣନ୍ଦଙ୍କୁ ଅଟକ ରଖିଛି। ଅନ୍ୟ ଜଣେ ଫେରାର୍‌ ହୋଇଯାଇଛି।

ସମ୍ବନ୍ଧିତ ଖବର