ଆଜି କଂଗ୍ରେସରେ ଯୋଗ ଦେବେ ଡାକ୍ତର ଅଶ୍ୱିନୀ ପୂଜାହାରୀ

ସମ୍ବଲପୁର: ରବିବାର ଦିନ ୧୨ଟାରେ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ଡାକ୍ତର ଅଶ୍ୱିନୀ ପୂଜାହାରୀ କଂଗ୍ରେସ ପାର୍ଟିରେ ଯୋଗ ଦେଉଛନ୍ତି।
ସମ୍ବଲପୁର ଜିଲ୍ଲାର କୌଣସି ଏକ ଆସନରୁ ସେ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି।

ଚାକିରିରୁ ଇସ୍ତଫା ଦେବା ପରେ ‘ଭିମ୍‌ସାର୍‌’ର ବହୁଚର୍ଚ୍ଚିତ ପୂର୍ବତନ ନିର୍ଦେଶକ ଡାକ୍ତର ପୂଜାହାରୀ ରାଜନୀତିରେ ଯୋଗ ଦେବେ ବୋଲି ସର୍ବସାଧାରଣ ଆଲୋଚନା କରୁଥିଲେ। କିନ୍ତୁ, ବିଜେପି କି, କଂଗ୍ରେସରେ ଯୋଗ ଦେବେ ତାହା ସେ ସ୍ଥିର କରି ନ ଥିଲେ।

ଶେଷରେ ସେ କଂଗ୍ରେସ ପାର୍ଟିରେ ଯୋଗ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଡାକ୍ତର ପୂଜାହାରୀ ନିର୍ଦେଶକ ଥିବାବେଳେ ‘ଭିମ୍‌ସାର୍‌’ରେ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରି ଲୋକଲୋଚନକୁ ଆସିଥିଲେ। ତାଙ୍କ ନାମରେ ଲୁଣ ଚିକିତ୍ସା ଅଭିଯୋଗ ଉଠିବା ପରେ ସରକାର ତାଙ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଛୁଟିରେ ରହିବାକୁ ନିର୍ଦେଶ ଦେଇଥିଲେ। ଏହାର ଅଳ୍ପ କିଛି ଦିନ ପରେ ଡାକ୍ତର ପୂଜାହାରୀ ନିଜ ତରଫରୁ ଚାକିରିରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧିତ ଖବର