ଡ. ଧନଦାକାନ୍ତ ମିଶ୍ର ହଂକଂ କଂକ୍ରିଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଫେଲୋ ମନୋନୀତ

ଭୁବନେଶ୍ୱର : ସମ୍ବାଦ ଶିକ୍ଷାନୁଷ୍ଠାନ ତଥା କେଏମ୍‌ବିବି ଇଂଜିନିୟରିଂ ମହାବିଦ୍ୟାଳୟର ଶିକ୍ଷା ନିର୍ଦେଶକ ଡ. ଧନଦାକାନ୍ତ ମିଶ୍ର ନିକଟରେ ହଂକଂ କଂକ୍ରିଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଫେଲୋ ଭାବରେ ମନୋନୀତ ହୋଇଛନ୍ତି। ଶ୍ରୀ ମିଶ୍ର ଗତ ବର୍ଷ ସେପ୍ଟେମ୍ବର ମାସଠାରୁ ହଂକଂ ବିଜ୍ଞାନ ଓ ଅଭିଯାନ୍ତ୍ରିକ ବିଶ୍ୱବିଦ୍ୟାଳୟଠାରେ ପ୍ରଫେସର କ୍ରିଷ୍ଟୋଫର ଲିଅଙ୍ଗଙ୍କ ଆମନ୍ତ୍ରଣ କ୍ରମେ ଗବେଷଣାତ୍ମକ ପ୍ରକଳ୍ପରେ କାର୍ଯ୍ୟରତ ଅଛନ୍ତି। ନିକଟରେ ତାଙ୍କ ଗବେଷଣା ଲ୍ୟାବ୍‌ର ଏକ ନିବନ୍ଧ ହାଇଦ୍ରାବାଦଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ପରିବେଶ ବିଜ୍ଞାନ ସମ୍ମିଳନୀରେ ଉପସ୍ଥାପିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା। ନିକଟ ଭବିଷ୍ୟତରେ ଶ୍ରୀ ମିଶ୍ର ଚୀନ୍‌ର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ସିଂହୁଆ ଓ ଦୁବାନ୍‌ଠାରେ ନିଜର ଗବେଷଣ ସଂପର୍କିତ ନିବନ୍ଧ ଉପସ୍ଥାପନ କରିବେ। ଆଗାମୀ ଜୁନ୍‌ମାସରେ ଆଇଆଇଟି ଭୁବନେଶ୍ୱର ସହଯୋଗରେ ଶ୍ରୀ ମିଶ୍ର ଏକ ତିନି ଦିନିଆ କର୍ମଶାଳାର ଆୟୋଜନ କରି ଭାରତର ଗବେଷକମାନଙ୍କୁ ସ୍ମାର୍ଟ କଂକ୍ରିଟ ଉପରେ ଶିକ୍ଷାଦାନ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର