ବିଜେପି ଛାଡ଼ିଲେ ଡା. ପୁରୋହିତ

ବରଗଡ଼ : ପ୍ରତିଷ୍ଠିତ ଚିକିତ୍ସକ ଡା. ରାମକୃଷ୍ଣ ପୁରୋହିତ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଡା. ପୁରୋହିତ ଲୋକସଭା ଟିକଟ୍‌ ଆଶାୟୀ ଥିଲେ। ଏହାବାଦ୍‌ ସେ ବିଜେପି ରାଜ୍ୟ ସ୍ବାସ୍ଥ୍ୟ ପ୍ରକୋଷ୍ଠର ଆବାହକ ଦାୟିତ୍ବରେ ଥିଲେ। ନିଜ ଇସ୍ତଫ‌ା ପତ୍ର ଦଳର ରାଜ୍ୟ ସଭାପତିଙ୍କୁ ସେ ପଠାଇଛନ୍ତି। ବାହାର ଜିଲ୍ଲାର ସୁରେଶ ପୂଜାରୀ ବାରମ୍ବାର ପରାଜିତ ହୋଇଥିଲେ ହେଁ ତାଙ୍କୁ ବରଗଡ଼ ଟିକଟ୍‌ ଦେବା ଦଳ ପାଇଁ ଘାତକ ହେବ। ଜିଲ୍ଲାରେ ବିଜୟ ଲାଭ କରିବା ଭଳି ପ୍ରାର୍ଥୀ ଥିଲେ। କିନ୍ତୁ ଶ୍ରୀ ପୂଜାରୀଙ୍କୁ ଅନ୍ୟଥା ଏଠାରେ ଠିଡ଼ା କରି ଦଳ ତା’ର ନୀତିଆଦର୍ଶକୁ ଭାଂଗି ଦେଇଛି ବୋଲି ଡା. ପୁରୋହିତ ପ୍ରତିକ୍ରିୟା ରଖିଛନ୍ତି।

ସମ୍ବନ୍ଧିତ ଖବର